Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଇଂଲଣ୍ଡ ନ୍ୟୁଜିଲାଣ୍ଡ ମ୍ୟାଚବେଳେ ଉଲଗ୍ନ ହୋଇ ପଡିଆକୁ ଧସି ପଶି ନାଚିଲେ ଏହି ବ୍ୟକ୍ତି : ସୁରକ୍ଷାକର୍ମୀ ନାକେଦମ୍

4/07/2019 at 2:59 PM

ଚେଷ୍ଟାର ଲି ଷ୍ଟ୍ରିଟ ୪/୭ : ବୁଧବାର ଦିନ ଚେଷ୍ଟାର ଲି ଷ୍ଟ୍ରିଟରେ ଇଂଲଣ୍ଡ ନ୍ୟୁଜିଲାଣ୍ଡ ମ୍ୟାଚ ଥିଲା । ବିଶ୍ୱକପର ଏହି ମ୍ୟାଚ ବେଳେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକୁ ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମ୍ୟାଚବେଳେ ନ୍ୟୁଜିଲାଣ୍ଡର ୩୪ ଓଭର ବେଳେ ଜଣେ ବ୍ୟକ୍ତି ଉଲଗ୍ନ ହୋଇ ସୁରକ୍ଷା ବଳୟ ପାରିକରି ପଡିଆ ଭିତରକୁ ପଶିଆସି ଡ୍ୟାନ୍ସ କରିବା ଆରମ୍ଭ କରିଥିଲା । ନ୍ୟୁଜିଲାଣ୍ଡ ବ୍ୟାଟିଂ ବେଳେ ଉକା ବ୍ୟକ୍ତି ଜଣକ ଅଜବ ଅଜବ ବ୍ୟବହାର କରୁଥିଲା ।

ଏହିଭଳି ଏକ ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯେଉଁଥିପାଇଁ ଖେଳକୁ କିଛି ସମୟ ପାଇଁ ଅଟକାଇବାକୁ ପଡିଥିଲା । ଉକ୍ତ ବ୍ୟକ୍ତି ଜଣକ ପଡିଆରେ ଦୌଡ଼ି ଦୌଡ଼ି ବୁଲୁଥିଲା । ବ୍ୟକ୍ତି ଜଣକ ସୁରକ୍ଷା ବଳୟ ଭାଙ୍ଗି ପଡିଆ ମଧ୍ୟକୁ ପଶି ଆସିଥିଲେ ।

ବ୍ୟକ୍ତି ଜଣକ ସୁରକ୍ଷାକର୍ମୀଙ୍କୁ ଦଉଡାଇ ଦଉଡାଇ ବହୁତ ହଇରାଣ କରିଥିଲା । ଶେଷରେ ସୁରକ୍ଷାକର୍ମୀ ବ୍ୟକ୍ତିକୁ କାବୁ କରି ତାଙ୍କୁ କପଡାରେ ଘୋଡାଇ ଦେଇଥିଲେ ଏବଂ ପଡିଆରୁ ବାହାରକୁ ନେଇଯାଇଥିଲେ ।

ଲଗାତାର ଦୁଇଟି ମ୍ୟାଚ ହାରିବା ପରେ ଇଂଲଣ୍ଡ ମଙ୍ଗଳବାର ଦିନ ନ୍ୟୁଜିଲାଣ୍ଡକୁ ୧୧୯ ରନରେ ପରାସ୍ତ କରିଥିଲା । ସେମିଫାଇନାଲରେ ଇଂଲଣ୍ଡ ନିଜର ସ୍ଥାନ ପକ୍କା କରିଛି । ୧୯୯୨ ପରେ ଇଂଲଣ୍ଡ ପ୍ରଥମଥର ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଜିତି ଇଂଲଣ୍ଡ ୨୭ ବର୍ଷର ଇତିହାସକୁ ବଦଳାଇବାରେ ସକ୍ଷମ ହୋଇଛି । ଇଂଲଣ୍ଡ ଏହି ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲରେ ପ୍ରବେଶ କରିଥିବା ତୃତୀୟ ଟିମ । ଅଷ୍ଟ୍ରେଲିଆ ଏବଂ ଭାରତ ସେମିଫାଇନାଲରେ ପହଂଚି ସାରିଛନ୍ତି ।

   Related Posts