Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଦିଲ୍ଲୀ ; ନଗ୍ନ ଅବସ୍ଥାରେ ମିଳିଲା ମହିଳାଂକ ଶବ ,ପରିବାର ଲୋକେ ଆଣିଲେ ଅଭିଯୋଗ ଦୁର୍ଷ୍କମ ପରେ କରାଯାଇଛି ହତ୍ୟା

4/12/2018 at 8:08 PM

ନୂଆଦିଲ୍ଲୀ;୦୪/୧୨- ଦିଲ୍ଲୀର ବାଦଲୀ ଇଲାକରେ ଘଟିଛି ଏକ ଅଭାବନୀୟ ଘଟଣା  । ନଗ୍ନ ଅବସ୍ଥାରେ ମିଳିଛି ଜଣେ ମହିଳାଂକର ଶବ । ଶବର ଅବସ୍ଥା ଦେଖି ପରିବାର ଲୋକ ଅଭିଯୋଗ ଆଣିଛନ୍ତି  ଯେ ,କେହି ଜଣେ ଦୁବୃର୍ତ୍ତ ଦୁର୍ଷ୍କମ କଲାପରେ ହତ୍ୟାକରି ଫୋପାଡ଼ି ଦେଇଚି । ଜଣାପଡ଼ିଛି ୪୦ ବର୍ଷୀୟ ଏହି ମହିଳା ଜଣକ କୌଣସି ଗୋଟିଏ କାରଖାନାରେ କାମ କରୁଥିଲା । ପୋଲିସ ଶବକୁ ଜବତ କଲାପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମହିଳା ଜଣକ ଯେଉଁ କାରଖାନାରେ କାମ କରୁଥିଲା ,ସେଇ କାରଖାନାରେ ମଧ୍ୟ ତା ସ୍ଵାମୀ କାମ କରୁଥିଲା । ମହିଳା ଜଣକ ସକାଳେ ପିଲାମାନଂକୁ ଖାଇବାପିଇବା ଦେଇ କାମ କରିବାକୁ ବାହାରିଯାଇଥିଲା । କାମରୁ ନ ଫେରିବାରୁ ତା ପରଦିନ ସକାଳେ ପରିବାର ଲୋକ ଖୋଜାଖୋଜି କଲେ । ସୋମବାର ସକାଳେ ବାଦଲୀ ପୋଲତଳୁ ମହିଳାଂକ ଶବ ପରିବାର ଲୋକ ପାଇଥିଲେ । ପରିବାର ଲୋକଂକ କହିବା ଅନୁସାରେ ଦେହରେ କୌଣସି ଲୁଗା ନ ଥିଲା ,ନାକରୁ ରକ୍ତ ବାହାରୁଥିଲା ଓ  ଦେହର ଅନ୍ୟ ଜାଗାମାନଂକରେ ମଧ୍ୟ କ୍ଷତ ଥିଲା । ପାରିପାର୍ଶିକ ଅବସ୍ଥାରୁ ଦୁର୍ଷ୍କମ କରାଯାଇ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

ଜଣାପଡ଼ିଛିଯେ ,ମହିଳା ତାଂକ ସ୍ଵାମୀଂକ ସହିତ କାରଖାନରେ କାମ କରି ନିଜ ପିଲା ମାନଂକୁ ଦାମୀ ସ୍କୁଲରେ ପାଠ ପଢ଼ାଉଥିଲେ । ଏପରିକି ସେମାନଂକୁ ଟ୍ୟୁସନ ବି ଦେଇଥିଲେ । ସେମାନେ ପିଲାଂକର ଭବିଷ୍ୟତ ପାଇଁ ଦିନରାତି  ଏକ୍ କରି ଖଟୁଥିଲେ ବୋଲି ପଡ଼ୋଶୀମାନେ ବି କହିଛନ୍ତି ।

ଏହି ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ପୋର୍ଟମୋଟେମ ପାଇଁ ପଠାଇଦେଇଛି । ବିଭିନ୍ନ ଦିଗରୁ ଅନୁସନ୍ଧାନ ଚଳାଇ ପୋଲିସ ଅପରାଧିକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି ।

   Related Posts