ଧାନବିଲରୁ ଠାବ ହେଲା ନରକଙ୍କାଳ, ନିକଟରେ ପଡିଛି ପ୍ୟାଣ୍ଟ ଓ ଚୁଟି

Published By : Prameya-News7 Bureau | December 06, 2020 IST

ଖଲ୍ଲିକୋଟ ୦୬।୧୨: ଧାନବିଲରୁ ନରକଙ୍କାଳ ଠାବ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଭେଜିପୁଟ ନିକଟ ଏକ ଧାନ ବିଲ ଭିତରେ ଏକ ନରକଙ୍କାଳ ଠାବ ହୋଇଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଆଜି ସକାଳ ସମୟରେ କିଛି ଲୋକ ସେହି ରାସ୍ତା ଦେଇଯାଉଥିବା ବେଳେ ନରକଙ୍କାଳ ପଡିଥିବାର ଦେଖିବାକୁ ମିଳିଥିଲା । ଆଖପାଖ ଅଞ୍ଚଳରେ ଖବର ଖୁବ୍‌ ଜୋରରେ ବ୍ୟାପିଯାଇଥିଲା । ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା । ମୁଣ୍ଡ, ଖପୁରି ଏବଂ ହାଡ଼ ଗୁଡ଼ିକ ଏଣେ ତେଣେ ବିଛାଡି ହୋଇପଡିଥିବାର ମଧ୍ୟ ଦେଖିବାକୁ ମିଳିଛି । ସେପଟେ ନିକଟରେ ଏକ ପ୍ୟାଣ୍ଟ ଓ କିଛି ଚୁଟି ପଡିରହିଛି । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଏହା ଏକ ପୁରୁଷ ନର କଙ୍କାଳ ବୋଲି ଅନୁମାନ କରାଯାଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କଙ୍କାଳଟି ପୁରୁଷ କି ମହିଳାଙ୍କ ତାହ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ହାଡ଼କୁ ଜବତ କରି ଛାନ୍‌ଭିନ୍‌ ଆରମ୍ଭ କରିଛି । ଏହାପୂର୍ବରୁ ଗଞ୍ଜାମ ଜିଲ୍ଲାର ୨ଟି ଭିନ୍ନ ଭିନ୍ନ ସ୍ଥାନରୁ ଏପରି ନରକଙ୍କାଳ ଠାବ ହୋଇଥିଲା । ଯାହାର ପୋଲିସ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.