Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ନକଲି ସାର ବିକି ଠକୁଛନ୍ତି ବ୍ୟବସାୟୀ : ପାଣିରେ ମିଳାଉନି, ମାଟିରେ ବି ମିଶୁନି

10/09/2021 at 8:20 AM

ଚାନ୍ଦବାଲି,୧୦/୦୯: ଭଦ୍ରକ  ଚାନ୍ଦବାଲି ବ୍ଲକରେ ସାରର ଅଭାବି ବିକ୍ରି  ଏବେ ବହୁଳ ମାତ୍ରାରେ ବଢ଼ି ଚାଲିଛି । ସାରର କଳାବଜାରୀ ସହ  କିଛି ଅସାଧୁ ବ୍ୟବସାୟୀ ନକଲି ସାର ଆଣି ଚାଷୀଙ୍କୁ ଠକୁଥିବା ଅଭିଯୋଗ ହୋଇଛି ।

 ସହରରେ ଥିବା ସମବାୟ ସମିତିମାନଙ୍କରେ ସାରର ଘୋର ଅଭାବ ପରିଲକ୍ଷିତ ହୋଇଥିବା ବେଳେ ନକଲି ସାର ଚାଷୀମାନଙ୍କୁ ଅସୁବିଧାରେ ପକାଉଛି। ଆହୁରି ମଧ୍ୟ ଚାଷୀମାନେ ସାରଦୋକାନୀମାନଙ୍କ ଠାରୁ ସାର କିଣି ତାକୁ ଓଜନ କରିବା ପରେ ଡିଏପି ସାର ୫୦ କିଗ୍ରା ପରିବର୍ତେ ୫୭.୫ କିଗ୍ରା ହୋଇଥିଲା। ଏହି ସାରକୁ ଚାଷୀ ମାନେ ନିଜ ଧାନ ବିଲରେ ପକାଇବା ପରେ ତାହା ପାଣିରେ ମିଳାଇ ନଥିଲା । ଧାନଗଛ ମୂଳରେ ସେହି ଭଳି ପଡ଼ି ରହିଥିଲା ।   

ଏନେଇ କରମାଳ ଓ ମଉସୁଧା ପଂଚାୟତର ଚାଷୀ ମାନେ ଫାଣ୍ଡି ଅଧିକାରୀ ଏବଂ ଚାନ୍ଦବାଲି ବ୍ଲକ କୃଷି ସଂପ୍ରସାରଣ ଅଧିକାରୀଙ୍କୁ ଅବଗତ କରିଥିଲେ । ଅଭିଯୋଗ ଜଣାଇବା ସହ ନକଲି ସାର ଦୋକାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

   Related Posts