ନକଲି ମଦ କାରଖାନା ଠାବ, ୨ ଗିରଫ

Published By : Prameya-News7 Bureau | May 23, 2021 IST

ଭଦ୍ରକ,୨୩/୫ :  ନକଲି ବିଦେଶୀ ମଦ ତିଆରି କାରଖାନା ଠାବ । ଦୁଇ ଗିରଫ। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା  ବିଭାଗ ଦ୍ଵାରା ବାସୁଦେବପୁର ବ୍ଲକର ଆର୍ତ୍ତୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟକୁ ବିଦେଶୀ ନକଲି ହାତ ତିଆରି ମଦ କାରଖାନା ଠାବ କରାଯାଇଛି।

ଏଠାରେ ଦୀର୍ଘଦିନ ହେଵ ଏହି ନକଲି ମଦ ତିଆରି କାରଖାନା ଚାଲୁଥିଲା। କୌଣସି ସୂତ୍ରରୁ ଖବର ପାଇ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ଉ କରିଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଏମାନେ ସେହି ଗ୍ରାମର ଅକ୍ଷୟ ଵେହେରା ଓ ପର୍ଶୁରାମ ସନ୍ଦିବିଗ୍ରହ  ଵୋଲି ଜଣାପଡିଛି।

ଏମାନଙ୍କ ଠାରୁ ନଗଦ ୩୦ ହଜାର ଟଙ୍କା, ୧୦୦ଲିଟର ବିଦେଶୀ ନକଲି ମଦ, କେମିକାଲ, ଵହୁ ନାମୀଦାମୀ କମ୍ପାନୀର ଲୋଗୋ, ଓଡିଶା ସରକାରଙ୍କ ଷ୍ଟିକର ଲୋଗୋ, ମଦ କମ୍ପାନୀ ଷ୍ଟିକର, ମଦ ବୋତଲ ଠିପି, ମଦ ତିଆରି ଯନ୍ତ୍ରାଂଶ ଜଵତ କରିଛନ୍ତି। ଦୀର୍ଘ ୧ ମାସ ଧରି ଏହା ଉପରେ ନଜର ରଖିଥିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା  ବିଭାଗ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.