Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଜୀବନ ସହ ସାଙ୍ଘାତିକ ଖେଳ : ବଜାରରେ ମାଳମାଳ ନକଲି କରୋନା ଔଷଧ, ବିଭିନ୍ନ ଗୋଦାମରେ ଚଢଉ

13/06/2021 at 10:08 AM

କଟକ/ରାଉରକେଲା/ସମ୍ବଲପୁର/ବରଗଡ଼,୧୩/୦୬: କଟକ କନିକା ଛକ ଅଞ୍ଚଳରେ ଥିବା ମେଡିଲଏଡ୍‌ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥାରୁ ଶୁକ୍ରବାର ଜବତ ହୋଇଥିବା ନକଲି କୋଭିଡ୍‌ ଔଷଧ ‘ଫାଭିପିରାଭିର୍‌’ ମଧ୍ୟପ୍ରଦେଶ ଗୋଆଲିୟର୍‌କୁ ବିକ୍ରି ହେବାକୁ ଯାଇଛି । କିଛି ଫାଭିପିରାଭିର୍‌ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯାଇଥିବା ବି ସନ୍ଦେହ କରାଯାଉଛି । ଏଥିସହ ଥଣ୍ଡା, ଜ୍ୱର ଓ କାଶ ଆଦି ରୋଗର ୯ ପ୍ରକାରର ନକଲି ଔଷଧ ମଧ୍ୟ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ବିକ୍ରି ହେବା ପାଇଁ ବଜାରକୁ ଚାଲାଣ ହୋଇଥିବା ସୂଚନା ମିଳିଛି । ଏସବୁ ଭେଜାଲ୍‌ ଔଷଧର ବୈଧତା ନଥିବା ବେଳେ ଏସବୁ ଖୋଲାବଜାରକୁ ଯାଇଥିବା କଥା ଜଣାପଡ଼ିବା ପରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି ।

ଏଭଳି ସ୍ଥିତିରେ ନକଲି ଔଷଧର ଛାନ୍‌ଭିନ୍‌ ଲାଗି ଡ୍ରଗ୍‌ସ୍‌ ବିଭାଗ ପକ୍ଷରୁ ଶନିବାର ବରଗଡ଼, ସମ୍ବଲପୁର, ରାଉରକେଲା ଓ ବଲାଙ୍ଗୀର ସମେତ ଭୁବନେଶ୍ୱରର ବିଭିନ୍ନ ହୋଲ୍‌ସେଲ୍‌ କାଉଣ୍ଟର ଉପରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ବିଭିନ୍ନ ଔଷଧ ଗୋଦାମରୁ ପ୍ରଚୁର ନକଲି ଔଷଧ ଓ ନିମ୍ନମାନର ଔଷଧ ମିଳିଛି । ଏନେଇ ସମସ୍ତ ଜିଲ୍ଲାର ଡ୍ରଗ୍‌ସ୍‌ ଇନସ୍‌ପେକ୍ଟରମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ଶେଷ ହେବା ପରେ ଡ୍ରଗ୍‌ସ୍‌ ଆଣ୍ଡ କସମେଟିକ୍‌ ଆକ୍ଟ ଅନୁସାରେ ସ୍ୱତନ୍ତ୍ର କୋର୍ଟରେ ମାମଲା ରୁଜୁ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଉତ୍ତରପ୍ରଦେଶ ଗୌତମ ବୁଦ୍ଧ ନଗର ଅଞ୍ଚଳରେ ଥିବା ମାକ୍ସ ରିଲିଫ୍‌ ହେଲଥ କେୟାରରୁ କନିକାସ୍ଥିତ ମେଡିଲଏଡ୍‌ ମେଡିକାମେଣ୍ଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୫୮ ହଜାର ଫାଭିପିରାଭିର୍‌ (ଫାଭିମାକ୍ସ-୪୦୦) କିଣିଥିଲା । ଏଥିରୁ ଉକ୍ତ ସଂସ୍ଥା ମଧ୍ୟପ୍ରଦେଶର ଗ୍ୱାଲିୟରରେ ଥିବା ମହାଦେବ ମେଡିକାଲସ୍‌ ସର୍ଜିକାଲ୍‌ ସଂସ୍ଥାକୁ ୪୦ ହଜାର ୬ଶହ ବଟିକା ବିକ୍ରି କରିଥିବା ତଦନ୍ତରୁ ଜଣାପଡ଼ିଛି । ବଳକା ୧୭ ହଜାର ୪ ଶହ ବଟିକାରୁ ନମୁନା ଭାବେ ୪ ଶହ ବଟିକା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ କୋଲକାତାସ୍ଥିତ ସେଣ୍ଟ୍ରାଲ୍‌ ଲାବୋରେଟୋରୀ ଓ ଭୁବନେଶ୍ୱରର ଷ୍ଟେଟ୍‌ ଲାବୋରେଟୋରୀକୁ ପଠାଯାଇଛି । ଆଉ ବାକି ୧୭ ହଜାର ବଟିକା ଜବତ ହୋଇ ରହିଥିବାର ଡ୍ରଗସ୍‌ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ମେଡିଲଏଡ୍‌ ସଂସ୍ଥାରୁ ଫାଭିପିରାଭିର୍‌ ସମେତ ଆଉ କିଛି ନକଲି ଔଷଧ ମଧ୍ୟପ୍ରଦେଶକୁ ଚାଲାଣ ହୋଇଥିବା ସମ୍ପର୍କରେ ରାଜ୍ୟ ଡ୍ରଗସ୍‌ ବିଭାଗ ପକ୍ଷରୁ ମଧ୍ୟପ୍ରଦେଶରଡ୍ରଗସ୍‌ କଣ୍ଟ୍ରୋଲରଙ୍କୁ ଅବଗତ କରାଯାଇଛି । ଗତକାଲି ଜବତ ହୋଇଥିବା ନମୁନା ଯାଞ୍ଚ୍‌ ପରେ ଏସବୁ ନକଲି ବୋଲି ଜାଣି ଜିଲ୍ଲା ଡ୍ରଗ୍‌ସ୍‌ ସଂସ୍ଥା ଜବତ କରିଥିବା ୯ ପ୍ରକାରର ଔଷଧକୁ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଜିମା ଦେଇଥିବା ଡ୍ରଗସ୍‌ ନିରୀକ୍ଷକ ଜଗନ୍ନାଥ ମଲ୍ଲିକ୍‌ କହିଛନ୍ତି । ବିଭାଗର ସୂଚନା ମୁତାବକ, ଉକ୍ତ ସଂସ୍ଥାରୁ ନକଲି ଫାଭିପିରାଭିର ମେଡିସିନ୍‌ ସମେତ ୯ ପ୍ରକାର ଔଷଧର ଶହ ଶହ ପେଟି ରାଜ୍ୟର ବିଭିନ୍ନ ଜିଲ୍ଲାର ହୋଲସେଲ୍‌ରଙ୍କ ପାଖକୁ ଯାଇଛି । ଯାଞ୍ଚ ସମୟରେ ବୈଧତା ନଥିବା ଏବଂ ନକଲି ବୋଲି ଅନୁମାନ କରାଯାଉଥିବାରୁ ମେଡିସିନ୍‌ଗୁଡ଼ିକୁ ଡ୍ରଗସ୍‌ ବିଭାଗ ଅଧିକାରୀମାନେ ଜବତ କରି ମାନ ପରୀକ୍ଷା ପାଇଁ ଷ୍ଟେଟ୍‌ ଡ୍ରଗସ୍‌ ଟେଷ୍ଟିଙ୍ଗ ଲାବୋରେଟୋରୀକୁ ପଠାଇଛନ୍ତି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କାରବାର ହେଉଥିବା ନକଲି ଫାଭିପିରାଭିର୍‌ ଓ ଅନ୍ୟ ମେଡିସିନ୍‌ର ଯାଞ୍ଚ କରୁକରୁ ଓଡ଼ିଶାକୁ ଉକ୍ତ ନକଲି ମେଡିସିନ୍‌ ଚାଲାଣ ହୋଇଥିବାର ଜଣାପଡିଥିଲା । ଉତ୍ତରପ୍ରଦେଶରୁ ଏକ ଠକ ମେଡିସିନ୍‌ ପ୍ରସ୍ତୁତକାରୀ ସଂସ୍ଥାରୁ କଟକର ମେଡିଲଏଡ୍‌ ମେଡିକାମେଣ୍ଟ ଫ୍ରାଇଭେଟ୍‌ ଲିମିଟେଡ ସଂସ୍ଥାକୁ ଉକ୍ତ ନକଲି ମେଡିସିନ୍‌ ଚାଲାଣ ହୋଇଥିବା ଜଣାପଡିଥିଲା । ଏ ବାବଦରେ ଓଡ଼ିଶା ସରକାରଙ୍କୁ ମହାରାଷ୍ଟ୍ର ସରକାର ଅଗଗତ କରାଇଥିଲେ ବୋଲି ସୂଚନା ମିଳିଛି । ଏହାକୁ ଆଧାର କରି ଜିଲ୍ଲା ଡ୍ରଗସ୍‌ ବିଭାଗ ପକ୍ଷରୁ ସଂସ୍ଥା କନିକା ଛକ ସ୍ଥିତ ଗୋଦାମ ଉପରେ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ତନଖି ଚାଲିଥିଲା । ଚଢ଼ଉ ସମୟରେ ଫାଭିଫିରାଭିର ସମେତ ୯ ପ୍ରକାର ଔଷଧ ନକଲି ବୋଲି ଜଣାପଡ଼ିଥିଲା ।

ଉକ୍ତ ଔଷଧଗୁଡ଼ିକ ଷ୍ଟ୍ରପ୍ ଉପରେ ହିମାଚଳ ପ୍ରଦେଶ ବୋଲି ଲେବଲ୍‌ ଲାଗିଥିଲା । ମାତ୍ର ଡ୍ରଗସ୍‌ ବିଭାଗ ହିମାଚଳ ପ୍ରଦେଶର ସମ୍ପୃକ୍ତ ପ୍ରସ୍ତୁତକାରୀଙ୍କ ସହ ଯୋଗାଯୋଗ କରାଯିବା ପରେ ଉକ୍ତ ସଂସ୍ଥା ଔଷଧ ତିଆରି କରୁନଥିବା ଏବଂ ସେ ଔଷଧଗୁଡ଼ିକ ନକଲି ବୋଲି ସନ୍ଦେହ ବଢ଼ିଥିଲା । କାଗଜପତ୍ର ମଧ୍ୟ କିଛି ଠିକ୍‌ ନଥିଲା । ଫାଭିଫିରାଭିର୍‌ ସମେତ ଥଣ୍ଡା, ଜ୍ୱର ଆଦି ନକଲି ଔଷଧଗୁଡ଼ିକ ଉତ୍ତରପ୍ରଦେଶର ନୋଏଡା ଅଞ୍ଚଳରେ ଥିବା ମେଡିସିନ୍‌ ପ୍ରସ୍ତୁତକାରୀଙ୍କଠୁ ଆସିଥିଲା ବୋଲି ଜଣାପଡ଼ିଥିଲା । ଜବତ ହୋଇଥିବା ମେଡିସିନ୍‌ ମଧ୍ୟରେ ଫାଭିପିରାଭିର୍‌ ୪୦୦ ଏମଜି ୧୭ ଶହ ଷ୍ଟ୍ରିପ୍‌ସ୍‌, ମେଡିଅକ୍ସି-୩ଶହ ଏମ୍‌ଜି ୨୩୪୬ ଷ୍ଟ୍ରିପ୍‌, କାଶ ଔଷଧ ୨୦୫୪ ଷ୍ଟ୍ରିପ୍‌, ମେଡଗୋଜ ୨୫୪୩ ଷ୍ଟ୍ରିପ୍‌, ସିନିଜ୍‌ ୬୩୯୨ ଷ୍ଟ୍ରିପ୍‌, ଟିବିଆ ୪୩୭୦ ଷ୍ଟ୍ରିପ୍‌, ଟ୍ରିଟ୍‌ ଟାବଲେଟ୍‌ ୩୨୭୫ ଷ୍ଟ୍ରିପ୍‌ ଥିବା ଜଣାପଡ଼ିଛି ।

ଅପରପକ୍ଷରେ, ରାଉରକେଲା ଡ୍ରଗ୍ସ୍‌ ଇନ୍ସପେକ୍ଟର ଅଞ୍ଜନ କୁମାର ସାହୁଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍‌ ଆଜି ଭୋର ସମୟରେ ରାଉରକେଲାର ତିନୋଟି ଔଷଧ ହୋଲସେଲ୍‌ର ଉପରେ ଚଢ଼ାଉ କରିଥିଲେ । ଡ୍ରଗ୍ସ୍‌ ଇନ୍ସପେକ୍ଟର ଶ୍ରୀ ସାହୁ ଓ ପୁଲିସ୍‌ ଟିମ୍‌ ମିଳିତ ଭାବେ ସ୍ଥାନୀୟ ଜିଟି ଲେନ୍‌ରେ ଥିବା ଭାରତ ଫାର୍ମାସ୍ୟୁଟିକାଲ, ଓରାମପଡ଼ାରେ ଥିବା ମେଡିକେୟାର ଓ ଇଣ୍ଡେ ଇଂଲିଶ ସ୍କୁଲ ନିକଟରେ ଥିବା ବି.ଆର. ଫାର୍ମାସ୍ୟୁଟିକାଲ ଉପରେ ଚଢ଼ାଉ କରାଯାଇଥିଲା । ଦୁଇଟି ଦୋକାନରୁ ମ୍ୟାକ୍ସ ହେଲଥ୍‌ କେୟାର କମ୍ପାନୀର ଔଷଧ ଜବତ କରାଯାଇଛି । ଉକ୍ତ ଦୁଇଟି ଦୋକାନରୁ ୩୦୦ରୁ ଅଧିକ ଷ୍ଟ୍ରିପ୍‌ ଔଷଧ ଜବତ କରାଯାଇଛି ।

ସେହିପରି ସମ୍ବଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନି ଅଞ୍ଚଳର ଏକ ମେଡିସିନ୍‌ ଏଜେନ୍ସି ନିକଟରୁ କରୋନା ଚିକିତ୍ସା ପାଇଁ ଅଣସ୍ୱୀକୃତିପ୍ରାପ୍ତ ଅନେକ ଔଷଧ ମିଳିଥିବା ଜିଲ୍ଲା ଡ୍ରଗ୍ସ ଇନ୍ସପେକ୍ଟର ସମୀର ମଲ୍ଲିକ ସୂଚନା ଦେଇଛନ୍ତି । ଚଢ଼ଉ ସମୟରେ ଉକ୍ତ ଏଜେନ୍ସିରୁ ହିମାଚଳ ପ୍ରଦେଶର ମାକ୍ସ ରିଲିଫ୍‌ ହେଲ୍‌ଥ କେୟାର ଦ୍ୱାରା ପ୍ରସ୍ତୁତ ଟ୍ରିଟ୍‌ -୨୦୦ ଏବିର ୩୩୦ଟି ବଟିକା, ଟ୍ରିଟ୍‌ ବିଏଲ୍‌ର ୬୧୦ଟି ବଟିକା ଓ ଫେଡର -ଏସ୍‌ର ୬୦ଟି ବଟିକା ଜବତ ହୋଇଛି । ଜବତ ଔଷଧଗୁଡ଼ିକୁ ପରୀକ୍ଷଣ ପାଇଁ ଲ୍ୟାବ୍‌କୁ ପଠାଇ ଦିଆଯାଇଛି ।

ବରଗଡ଼ ଜିଲ୍ଲା ଡ୍ରଗ୍‌ ଇନ୍ସପେକ୍ଟର ସସ୍ମିତା ଦେହୁରୀ ସ୍ଥାନୀୟ ବରଗଡ଼ର ଜଗଦମ୍ବା ମେଡ଼ିକାଲରେ ଚଢ଼ଉ କରି ବିପୁଳ ମାତ୍ରାରେ ପ୍ରତିବନ୍ଧିତ ଔଷଧ ଜବତ କରିଛନ୍ତି । ଜବତ ଔଷଧ ଗୁଡ଼ିକ ମଧ୍ୟରେ ଆଣ୍ଟିକୋଲ୍ଡ ସ୍ନିଜ, ଟ୍ରିଟ୍‌ ବିଏଲ, ମେଡ଼ିଟେପ, ଫେଡ଼େରର ଏସ୍‌ ବଟିକା ଆଦି ସାମିଲ ଥିବା ଜଣାପଡ଼ିଛି ।

   Related Posts