କେନିଆରେ ଆତଙ୍କୀ ହମଲା ; ବିସ୍ଫୋରଣରେ ୬ ମୃତ, ୧୦ରୁ ଅଧିକ ଗୁରୁତର

Published By : Prameya-News7 Bureau | January 16, 2019 IST

ନାଇରୋବିର ୧୬|୧: ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି କେନିଆରେ ଆତଙ୍କୀ ହମଲା ହୋଇଛି । କେନିଆ ରାଜଧାନୀ ନାଇରୋବିର ସ୍ଥିତ ହୋଟେଲ ଦୁସିତ ଡି-୨ରେ ଆତଙ୍କବାଦୀମାନେ ବାଦୀଙ୍କ ରକ୍ତ ହୋଲି ଖେଳିଛନ୍ତି । ଗତକାଲି ସଂଧ୍ୟାରେ ହୋଟେଲରେ ଆକଙ୍କବାଦୀ ପଶି ଅତର୍କିତ ଆକ୍ରମଣ କରିବା ସହ ବୋମା ମାଡ କରିଥିଲେ । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । 

{"id":74497}

ହୋଟେଲ ପରିସରରେ ଗୁଳି ଫୁଟିବା ସହ ବିସ୍ଫୋରଣ ଶବ୍ଦ ହେବାରୁ ଲୋକମାନେ ଦୌଡାଦୌଡି ଆରମ୍ଭ କରିଥିଲେ  । ଏପରିକି ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେଣୁ ମୃତାହତଙ୍କ ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି । ଆତଙ୍କବାଦୀଙ୍କ ବିସ୍ଫୋରଣ ଫଳରେ ହୋଟେଲ ପରିସରରେ ଥିବା କିଛି କାର ଜଳିଥିବା ଦେଖିବାକୁ ମିଳିଛି । ବିଳମ୍ବିତ ରାତି ଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଏପର୍ଯ୍ୟନ୍ତ ମୃତାହତଙ୍କ ସଂଖ୍ୟା ଜଣାପଡିନାହିଁ ।  ଆକ୍ରମଣ ପାଇଁ ସୋମାଲି ଇସଲାମିକ ଆତଙ୍କବାଦୀ ସଂଗଠନ ଅଲ୍ ସବାବ ନିଜକୁ ଦାୟୀ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.