Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ନାଇଜେରିଆ ଜେଲ ଉପରେ ସଶସ୍ତ୍ର ଆକ୍ରମଣ, ରାତିକରେ ୧୮ଶହରୁ ଅଧିକ ବନ୍ଦୀଙ୍କୁ ଛଡାଇ ନେଲେ ଆକ୍ରମଣକାରୀ

6/04/2021 at 5:08 PM

ଓଭେରୀ: ଦକ୍ଷିଣ-ପୂର୍ବ ନାଇଜେରିଆ ଇମୋ ରାଜ୍ୟର ଓଭେରୀ ଜେଲ ଉପରେ ସଶସ୍ତ୍ର ଆକ୍ରମଣ କରି ୧ ହଜାର ୮୦୦ରୁ ଅଧିକ ବନ୍ଦୀଙ୍କୁ ଛଡାଇ ନିଆଯାଇଛି। ଅଜ୍ଞାତ ଆକ୍ରମଣକାରୀମାନେ ରାତି ତମାମ ଜେଲ ଉପରକୁ ମେସିନଗନରୁ ଗୁଳି ମାଡ କରିବା ସହ ଗ୍ରେନେଡ ମାଡ କରିଥିଲେ। ଏହି ସୁଯୋଗରେ ଜେଲରୁ ବନ୍ଦୀମାନେ ଖସି ପଳାଇଥିବା ଜେଲ କର୍ତ୍ତୃପକ୍ଷ ସୂଚିତ କରିଛନ୍ତି।

ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତ ଜେଲ ଉପରେ ଅଚାନକ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଦୀର୍ଘ ୨ ଘଣ୍ଟା କାଳ ଆକ୍ରମଣରେ ଜେଲର ସୁରକ୍ଷା ବ୍ୟବସ୍ଥା ଉପରକୁ ଟାର୍ଗେଟ୍‌ କରିଥିଲେ। ନାଇଜେରିଆ ଜେଲ ବିଭାଗ ମୁଖପାତ୍ର ଫ୍ରାନସିସ୍‌ ଏନୋବୋର ଫେରାର କୈଦୀଙ୍କ ଗିରଫ ଲାଗି ଉଦ୍ୟମ କରାଯାଉଥିବା କହିଛନ୍ତି। ଏଥିଲାଗି  ସହରକୁ ସିଲ କରି ରଖା ଯାଇଥିବା ବେଳେ ପ୍ରତ୍ୟେକ ଲୋକଙ୍କ ଉପରେ ନଜର ରଖାଯାଇଥିବା କହିଛନ୍ତି।

ଆକ୍ରମଣକାରୀମାନେ ମେସିନଗନ୍‌, ଗ୍ରେନେଡ ଓ ଆଇଇଡିରେ ଆକ୍ରମଣ କରିଥିବାର ପୋଲିସ କହିଛି। ତେବେ ଦକ୍ଷିଣ-ପୂର୍ବ ନାଇଜେରିଆରେ ଏପରି ଘଟଣା ଏବେ ନୂଆ ହୋଇ ନାହିଁ। ଦୁଇ ସପ୍ତହ ପୂର୍ବେ ଆକ୍ରମଣକାରୀମାନେ ୪ଟି ଥାନା ସମେତ ସିକ୍ୟୁରିଟି ଚେକପୋଷ୍ଟ ଓ ଜେଲ ବାହନ ଉପରେ ଆକ୍ରମଣ କରିଥିଲେ। ଫଳରେ ୧୨ ଜଣ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା। ତେବେ ଇଷ୍ଟର୍ଣ୍ଣ ସିକ୍ୟୁରିଟି ନେଟୱାର୍କ ଏପରି କାଣ୍ଡ କରୁଥାଇପାରେ ବୋଲି ନାଇଜେରିଆ ପୋଲିସ ମହାନିରୀକ୍ଷକ ଆଶଙ୍କା ପ୍ରକାଶ କରିଛନ୍ତି।

   Related Posts