ବିମାନ ଦୁର୍ଘଟଣାରେ ନାଇଜେରିଆ ସେନାମୁଖ୍ୟଙ୍କ ସହ ୧୦ ମୃତ, ଦେଶରେ ଶୋକ

Published By : Prameya-News7 Bureau | May 22, 2021 IST

ଆବୁଜା ୨୨।୫: ବିମାନ ଦୁର୍ଘଟଣାରେ ନାଇଜେରିଆ ସେନାମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଇବ୍ରାହୀମ ଅତାହିରୁ ପ୍ରାଣ ହରାଇଛନ୍ତି। ଖରାପ ପାଗ ଯୋଗୁ ଉତ୍ତର ନାଇଜେରିଆର କାଡୁନା ବିମାନ ବନ୍ଦରରେ ସେନାମୁଖ୍ୟଙ୍କୁ ନେଇ ଯାଉଥିବା ବିମାନଟି ଜରୁରି ଅବତରଣ କାଳରେ ଦୁର୍ଘଟଣା ଘଟିଛି। ଏହି ବିମାନରେ ଅତାହିରୁଙ୍କ ସମେତ ଅନ୍ୟ ୧୦ ସୈନ୍ୟ ଅଧିକାରୀମଧ୍ୟ ଥିଲେ। ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ହୋଇଛି।

ବିମାନ ଦୁର୍ଘଟଣା ଶୁକ୍ରବାର ହୋଇଥିଲା। ତେବେ ନାଇଜେରିଆ ସେନା ପକ୍ଷରୁ ଶନିବାର ଟ୍ୱିଟ୍‌ ହ୍ୟାଣ୍ଡଲରେ ଏ ନେଇ ସୂଚନା ଦିଆଯାଇଛି। ଏଥିରେ ଚିଫ୍‌ ଅଫ ଆର୍ମି ଷ୍ଟାଫଙ୍କ ମର୍ମନ୍ତୁଦ ମୃତ୍ୟୁ ହୋଇଥିବାର ସୂଚିତ କରାଯାଇଛି। ଦେଶରେ ଜାରି ବୋକୋ ହରାମ ଆତଙ୍କବାଦର ମୁକାବିଲା ଲାଗି  ରାଷ୍ଟ୍ରପତି ମହମ୍ମଦ ବୁହାରୀ ଗତ ଜାନୁୟାରୀରେ ପୂର୍ବତନ ସେନାମୁଖ୍ୟଙ୍କୁ ପଦରୁ ହଟାଇ ଇବ୍ରାହୀମ ଅତାହିରୁଙ୍କୁ ଅବସ୍ଥାପିତ କରିଥିଲେ।

wp:embed {"url":"https://twitter.com/HQNigerianArmy/status/1395859005747118095","type":"rich","providerNameSlug":"twitter","responsive":true,"className":""}
https://twitter.com/HQNigerianArmy/status/1395859005747118095
/wp:embed

ବୁହାରୀ ନିଜେ ଜଣେ ପୂର୍ବତନ ସେନା ଜେନେରାଲ। ତେବେ ଦେଶର ସୁରକ୍ଷା ବ୍ୟବସ୍ଥାରେ ଦୁର୍ବଳତାକୁ ନେଇ ବୁହାରୀ ସରକାର ସହଯୋଗୀ ଓ ବିରୋଧୀଙ୍କ ଦ୍ୱାରା ତୀବ୍ର ସରବ୍ୟ ହେଉଥିବାରୁ ସେନାମୁଖ୍ୟ ଦାୟିତ୍ୱରେ ପରିବର୍ତ୍ତନ କରିଥଲେ। ତେବେ ଦେଶର ସୁରକ୍ଷାକୁ ନେଇ ଦେଖା ଦେଇଥିବା ଅହ୍ୱାନର ମୁକାବିଲା ସରି ଆସୁଥିବା ବେଳେ ଏହା ଆମଲାଗି ଏକ ଦାରୁଣ ଧକ୍କା ବୋଲିରାଷ୍ଟ୍ରପତି ବୁହାରୀ ଏକ ବାର୍ତ୍ତାରେ କହିଛନ୍ତି। ମୃତ ସେନାଧ୍ୟକ୍ଷ ଓ ଅଧିକାରୀଙ୍କୁ ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ ହିରୋ ବୋଲି ସମ୍ବୋଧନ କରିଛନ୍ତି।   

ସେହିପରି ନାଇଜେରିଆରେ ଆମେରିକୀୟ କୁଟନୈତିକ ମିସନ ଅତାହିରୁଙ୍କ ଅକାଳ ବିୟୋଗ ଦେଶ ଲାଗି ଅପୁରଣୀୟ କ୍ଷତି ବୋଲି କହିଥିବା ବେଳେ ଦେଶବାସୀଙ୍କ ସହ ଶୋକ ପାଳନ କରୁଥିବା ସୂଚିତ କରିଛି। ନାଇଜେରିଆ ସେନା ଗତ ୨୦୦୯ ମସିହାରୁ ଦେଶରେ ବୋକୋ ହରାମର ମୁକାବିଲା କରିଆସୁଛି। ଏଥିଲାଗି ହୋଇଥିବା ସଂଘର୍ଷରେ ୪୦ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ୨ନିୟୁତରୁ ଅଧିକ ଲୋକେ ସ୍ଥାନାନ୍ତରିତ ହୋଇଛନ୍ତି।

wp:embed {"url":"https://twitter.com/MBuhari/status/1395857214108278785","type":"rich","providerNameSlug":"twitter","responsive":true,"className":""}
https://twitter.com/MBuhari/status/1395857214108278785
/wp:embed

ତେବେ ଅତାହିରୁ ସେନାଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବା ପରେ ଗତ ସପ୍ତାହରେ ହୋଇଥିବା ସଂଘର୍ଷରେ ବୋକୋହରାମ ନେତା ଅବୁ ବକର ସେକାୟୁ ହୁଏତ ପ୍ରାଣ ହରାଇଛି ନଚେତ ଗୁରୁତର ଆହତ ହୋଇଥିବାର ଅନୁମାନ କରାଯାଉଛି। ସ୍ଥାନୀୟ ଗୁଇନ୍ଦା ଅନୁସାରେ ବର୍ଣ୍ଣୋ ଉତ୍ତରପୂର୍ବ ସମ୍ବାଇସା ଜଙ୍ଗଲରେ ହୋଇଥିବା ସଂଘର୍ଷରେ ଧରାପଡିବା ଭୟରେ ନିଜେ ସେକାୟୁ ନିଜକୁ ଗୁଳି କରିଦେଇଥିଲା। ସେକାୟୁ ପଶ୍ଚିମ ଆଫ୍ରିକୀୟ ପ୍ରଦେଶ ଇସ୍ଲାମିକ ଷ୍ଟେଟ (ଆଇଏସଡବ୍ଲୁଏପି)ର ନେତା ଥିବା ବେଳେ ତା ସଙ୍ଗଠନ ପ୍ରତି ଆଇଏସଆଇଏଲର ସମର୍ଥନ ମଧ୍ୟ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.