Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ନାଇଜେରିଆ ଆବୁଜା ବିମାନ ବନ୍ଦରରେ ଦୁର୍ଘଟଣା, ରନୱେରେ ପିଟି ହୋଇ ବାୟୁସେନା ବିମାନ ଧ୍ୱଂସ୍ତ, ୭ ମୃତ

21/02/2021 at 6:37 PM

ଆବୁଜା ୨୧।୨: ଆବୁଜା ବିମାନ ବନ୍ଦର ରନୱେରେ ଏକ ବାୟୁସେନା ବିମାନ ଦୁର୍ଘଟଣାରେ ଧ୍ୱଂସ୍ତ ହୋଇଛି। ବିମାନଟି ଅବତରଣ କରୁଥିବା ବେଳେ ଏହାର ଇଞ୍ଜିନ ବନ୍ଦ ହୋଇଯିବା ଯୋଗୁ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଫଳରେ ବିମାନର ପାଇଲଟଙ୍କ ସମେତ ଏଥିରେ ଯାତ୍ରା କରୁଥିବା ସମସ୍ତ ୭ ଜଣ ପ୍ରାଣ ହରାଇଛନ୍ତି।

ନାଇଜେରିଆ ବିମାନ ଚଳାଚଳ ମନ୍ତ୍ରୀ ହାଡି ସିରିକା ଦୁର୍ଘଟଣା ନେଇ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି। ଏଥିରେ ମିନା ଯାଉଥିବା ବାୟୁସେନା ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ପାଇଲଟ ନିକଟରେ ଥିବା ଆବୁଜା ବିମାନ ବନ୍ଦରରେ ଅବତରଣ କରିବାକୁ ଉଦ୍ୟମ କରିଥିଲେ। ବିମାନଟି ରନୱେ ଛୁଇଁବା ପୂର୍ବରୁ ମାଟିରେ ପିଟି ହୋଇ ଖଣ୍ଡଖଣ୍ଡ ହୋଇଯାଇଥିବା ସିରିବା ସୂଚିତ କରିଛନ୍ତି।

ସୂଚନା ପାଇ ନାଇଜେରିଆ ବାୟୁସେନା ମୁଖପାତ୍ର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ତେବେ ଦୁର୍ଘଟଣା କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନଥିଲେ ହେଁ ୭ ଜଣଙ୍କ ମୃତ୍ୟୁ ସୂଚନା ପୁଷ୍ଟି ହୋଇଛି। ହତଭାଗ୍ୟ ବିମାନଟି ଏକ ମିଲେଟ୍ର କିଙ୍ଗ ଏୟାର-୩୫୦ ବିମାନ ବୋଲି କୁହାଯାଇଛି।

   Related Posts