ନାଏବ ତହସିଲଦାରଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ଆଣିଲେ ପ୍ରଫେସରଙ୍କ ସ୍ତ୍ରୀ, ଆପତ୍ତିଜନକ ଭିଡ଼ିଓ ଦେଖାଇ କରୁଥିଲେ ଦୁଷ୍କର୍ମ

Published By : Prameya-News7 Bureau | February 05, 2019 IST

ବାଲାଘାଟ ୫/୨-ମଧ୍ୟପ୍ରଦେଶର ବାଲାଘାଟ ଥାନା ଅଂଚଳରେ ଜଣେ ନାଏବ ତହସିଲଦାରଙ୍କ ବିରୋଧରେ ଆଣିଲେ ଯୌନ ଶୋଷଣ ଅଭିଯୋଗ ପ୍ରଫେସରଙ୍କ ସ୍ତ୍ରୀ । ତାଙ୍କୁ ହୋଟେଲ ରୁମରେ ଦୁଷ୍କର୍ମ କରି ସୁଟିଂ କରିଥିବା ଅଶ୍ଳୀଳ ଭିଡ଼ିଓକୁ ଭାଇରାଲ କରିବାକୁ ଧମକ ଦେଇଛନ୍ତି ବୋଲି ଆଣିଛନ୍ତି ଅଭିଯୋଗ ।

ବାଲିଘାଟ ଏସପି ଅଭିଷେକ ତିଓ୍ଵାରୀ କହିବା ଅନୁସାରେ ହରିବଂଶ ଠାକୁର ନାମକ ଜଣେ ନାଏଵ ତହସିଲଦାର ଏହି ଘଟଣାର ମୁଖ୍ୟଆସାମୀ । ସେ ଜଣେ ପ୍ରଫେସରଙ୍କ ସ୍ତ୍ରୀଙ୍କ ସଂସ୍ପର୍ଶରେ ଆସିବା ପରେ ଗଢ଼ି ଉଠିଥିବା ବନ୍ଧୁତାକୁ ଏଭଳି ଭାବେ ବ୍ୟବହାର କରିଥିବା କଥା କହିଛନ୍ତି ।

ବୈହାର ଥାନା ଅଂଚଳରେ ଘଟିଛି ଏହି ଘଟଣା । ନାଏବ ତହସିଲଦାର ଠାକୁର ବାଲାଘାଟର ଏକ ହୋଟେଲକୁ ପ୍ରଫେସରଙ୍କ ସ୍ତ୍ରୀକୁ ନେଇ ଏଭଳି ଅସଦାଚାରଣ କରିଥିବା ଜଣାଯାଇଛି ।

ହୋଟେଲରେ ଆପତ୍ତିଜନକ ଅବସ୍ଥାରେ ଥିବା ସମୟରେ ଠାକୁର ପ୍ରଫେସର ସ୍ତ୍ରୀଙ୍କର ଭିଡ଼ିଓ ସୁଟିଂକରିଥିଲେ । ତା ପରେ ସେହି ଭିଡ଼ିଓକୁ ଦେଖାଇ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା କଥା ଅଭିଯୋଗ ଆଣିଛନ୍ତି ।

ନାଏବ ତହସିଲଦାରଙ୍କ ଦ୍ଵାରା ବାରମ୍ବାର ଦୁଷ୍କର୍ମର ଶିକାର ହୋଇ ମାନସିକ ଭାବେ ଭାଙ୍ଗି ପଡ଼ିବା ପରେ ସ୍ଵାମୀଙ୍କୁ ଏ ବାବଦରେ ସବୁକଥା କହିଥିଲେ । ଏହି ଅଭିଯୋଗ ନାଏବ ତହସିଲଦାରଙ୍କ ବିରୋଧରେ ବାଲାଘାଟ ଥାନାରେ ଆଣିଛନ୍ତି ପ୍ରଫେସର ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.