ଅଦ୍ଭୁତ ‘ସେକ୍ସ’ ଇଚ୍ଛାରୁ ପ୍ରାଣ ଗଲା, ସମ୍ଭୋଗ ବେଳେ ବେକରେ ରଶି ଟାଇଟ୍ ହୋଇଯିବାରୁ ଶ୍ବାସରୁଦ୍ଧ ହୋଇଗଲେ ଯୁବକ
9/01/2021 at 6:28 PM

ନାଗପୁର ୦୯/୦୧: ଅଦ୍ଭୁତ ସେକ୍ସ ଇଚ୍ଛା ପାଇଁ ବ୍ୟକ୍ତିଙ୍କ ପ୍ରାଣ ଗଲା। ପର୍ଣ୍ଣ ଫିଲ୍ମ ଦେଖିବା ପରେ ସେଭଳି କିଛି କରିବାକୁ ମନରେ ଚିନ୍ତା କରି ମହିଳାଜଣଙ୍କ ପୁରୁଷଙ୍କୁ ଏକ ଚୌକିରେ ବସାଇ ହାତ ଗୋଡ଼କୁ ନାଇଲନ ରଶିରେ ବାନ୍ଧି ଦେଇଥିଲେ। ଏପରିକି ତାଙ୍କ ବେକରେ ବି ରଶି ଗୋଡ଼ାଇ ଦେଇଥିଲେ। ପରେ ଏହି ରଶି ଘାତକ ସାଜିଥିଲା। ଚୌକି ଉପରେ ବ୍ୟକ୍ତିଙ୍କୁ ଏପରି ବାନ୍ଧି ମହିଳାଜଣଙ୍କ ବାଥରୁମ୍ ଯାଇଥିଲେ। ଆସି ଦେଖିଲା ବେଳକୁ ବ୍ୟକ୍ତିଙ୍କ ପିଣ୍ଡରୁ ପ୍ରାଣ ଛାଡ଼ି ସାରିଥିଲା। ଏଭଳି ଏକ ଘଟଣା ଶୁକ୍ରବାର ନାଗପୁରର ଖପରଖେଡାରେ ଘଟିଛି।
ଏକ ଲଜ୍ରେ ଥିବା ବେଳେ ଏହି ଘଟଣା ଘଟିଛି। ପୋଲିସର ସୂଚନା ଅନୁଯାୟୀ, ମହିଳାଙ୍କର ଏକ ପିଲା ଥିବା ବେଳେ ସେ ବ୍ୟକ୍ତିଙ୍କ ସହିତ ଦୀର୍ଘ ୫ ବର୍ଷ ହେଲା ସମ୍ପର୍କ ରଖିଆସିଥିଲେ। ଗୁରୁବାର ଖପରଖେଡାର ଏକ ଲଜ୍ରେ ଦୁଇ ଜଣ ରହିଥିଲେ। ।ତେବେ ଯୌନକ୍ରିୟାକୁ କିଛି ନୂଆ ରୂପ ଦେବାକୁ ମହିଳା ଚିନ୍ତା କରିବା ସହ ବ୍ୟକ୍ତିଙ୍କୁ ଚୌକି ଉପରେ ବାନ୍ଧି ଦେଇଥିଲେ ବୋଲି ପୋଲିସ କହିଛି। ତେବେ ବ୍ୟକ୍ତିଙ୍କ ବେକରେ ରଶି ଜୋରରେ ଭିଡ଼ି ହୋଇଯିବାରୁ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି।
ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯିବା ପରେ ମହିଳାଜଣଙ୍କ ଲଜର କର୍ମଚାରୀଙ୍କୁ ଡାକି ଏସମ୍ପର୍କରେ ଜଣାଇଥିଲେ। ପରେ ଏହି ଘଟଣା ପୋଲିସକୁ କୁହାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ମହିଳାଙ୍କ ଫୋନ୍ ନେଇଥିଲା। ଏହା ସହ ମହିଳାଙ୍କ ସମେତ ଳଜର କର୍ମଚାରୀଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି।