ନାଗପୁର ୨୫/୦୧ : ଯଦି ଆପଣ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହୁଛନ୍ତି ତାହେଲେ ଅନୁଶ୍ରୁତକୁ ନିଶ୍ଚୟ ଜାଣିଥିବେ। ନାଗପୁରର ଶିଶୁ ସୋସିଆଲ ମିଡ଼ିଆରେ ପୁରା ଭାଇରାଲ। କିଛି ଦିନ ପୂର୍ବରୁ ଅନୁଶ୍ରୁତର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହାପରେ ଅନୁଶ୍ରୁତକୁ ପ୍ରାୟ ସମସ୍ତେ ଜାଣିଛନ୍ତି। ଗତ ବର୍ଷ ନଭେମ୍ବର ମାସରେ ଅନୁଶ୍ରୁତଙ୍କ ବାପା, ପୁଅର ଚୁଟି କାଟିବା ସମୟର ଏକ ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ଅନୁଶ୍ରୁତଙ୍କ ନିରୀହ କଥା ଓ ଚୁଟି କାଟିବାକୁ ଭୟ ସମସ୍ତଙ୍କ ହୃଦୟ ଜିତିଥିଲା। ଅନୁଶ୍ରୁତଙ୍କ ଏହି ଭିଡିଓ ବହୁତ ଲୋକପ୍ରିୟ ହୋଇଥିଲା। ଏବେ ଅନୁଶ୍ରୁତଙ୍କ ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଅନୁଶ୍ରୁତ ପୁଣି ଝାମେଲା କରୁଥିବା ନଜର ଆସିଛି। ଏଥର କିନ୍ତୁ ସେ ବାରିକ ସହ ଝଗଡା କରୁଥିବା ନଜର ଆସିଛି। ସୋସିଆଲ ମିଡ଼ିଆରେ ଏହି ଭିଡିଓକୁ ଲୋକେ ବହୁତ ପସନ୍ଦ କରୁଛନ୍ତି।
{"id":398386,"sizeSlug":"large","linkDestination":"none"}ଅନୁଶ୍ରୁତଙ୍କ ପିତା ଅନୁପ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛନ୍ତି। ଏହାସହ ସେ କ୍ୟାପସନ ଦେଇଛନ୍ତି "ଅନୁଶ୍ରୁତ ହେୟାର୍ କଟ୍ ଇଜ୍ ବ୍ୟାକ୍ ୨.୧"।
ଭିଡିଓରେ ଆପଣ ଦେଖିପାରିବେ ବାରିକ ଚୁଟି କାଟିବାକୁ ଅନୁଶ୍ରୁତ ସହ ବହୁତ ସ୍ନେହରେ କଥା ହେଉଛନ୍ତି। କିନ୍ତୁ ଅନୁଶ୍ରୁତକୁ ଚୁଟି କାଟିବା ବିଲକୁଲ ପସନ୍ଦ ନୁହେଁ। ଏଥର ବି ସେ ବାରିକ ସହ ମଜାଦାର କଥା ହେଉଥିବା ନଜର ଆସିଛି। ସେ କହିଛି, "ଆଉ କାଟନି, ମୁଁ ଲଣ୍ଡା ହେଇଯିବି"
wp:embed {"url":"https://twitter.com/Anup20992699/status/1352566184001097728","type":"rich","providerNameSlug":"twitter","responsive":true,"className":""} /wp:embedଜାନୁଆରୀ ୨୨ ତାରିଖରେ ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ଭିଡିଓ ଲୋକଙ୍କୁ ଆକର୍ଷିତ କରିଛି। ଭିଡିଓକୁ ୨ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଭିଡିଓରେ ଲୋକେ ମଜାଦାର କମେଣ୍ଟ ବି କରୁଛନ୍ତି।