Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଭ୍ୟାକ୍ସିନ୍ ନେବା ପରେ ମଧ୍ୟ କରୋନାରେ ସଂକ୍ରମିତ ହେଲେ ଅଭିନେତ୍ରୀ ନଗମା, ଟ୍ୱିଟ୍ କରି କହିଲେ ଏମିତି

8/04/2021 at 11:42 AM

ମୁମ୍ବାଇ ୦୮/୦୪: ଏପର୍ଯ୍ୟନ୍ତ ଅନେକ ବଲିଉଡ ଷ୍ଟାର କରୋନା ସଂକ୍ରମିତ ହୋଇସାରିଲେଣି । ବର୍ତ୍ତମାନ ଏହି ତାଲିକାରେ ଅଭିନେତ୍ରୀ ତଥା ରାଜନେତା ନଗମାଙ୍କ ନାମ ମଧ୍ୟ ଯୋଡି ହୋଇଯାଇଛି । ନଗମାଙ୍କ କରୋନା ଟେଷ୍ଟ ପଜିଟିଭ୍ ଆସିଛି । ସେ କିଛି ଦିନ ପୂର୍ବରୁ କରୋନା ଭ୍ୟାକ୍ସିନ୍ ର ପ୍ରଥମ ଡୋଜ୍ ନେଇଥିଲେ ।

Nagma tests positive for COVID-19 after receiving first jab of coronavirus  vaccine | Entertainment News,The Indian Express

ନଗମା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି । ନଗମା ଟ୍ୱିଟ୍ କରି କହିଛନ୍ତି ଯେ ମୁଁ କିଛି ଦିନ ପୂର୍ବରୁ ଭ୍ୟାକ୍ସିନ୍ ର ପ୍ରଥମ ଡୋଜ୍ ନେଇଥିଲି । ଗତକାଲି ମୁଁ କୋଭିଡ୍ ୧୯ ଟେଷ୍ଟ କଲି । ମୋର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି, ତେଣୁ ମୁଁ ନିଜକୁ ହୋମ୍ କ୍ୱାରେଣ୍ଟାଇନ୍ ରେ ରଖିଛି । ଦୟାକରି ସମସ୍ତ ଯତ୍ନ ନିଅନ୍ତୁ ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ । ଭ୍ୟାକ୍ସିନ୍ ର ପ୍ରଥମ ଡୋଜ୍ ନେବା ପରେ ମଧ୍ୟ । ‘

Actress turned politician Nagma tests COVID positive even after her first  dose of the vaccine | Bollywood Bubble

ନଗମାଙ୍କ ଟ୍ୱିଟରେ ସୋନି ରଜଦାନ ଲେଖିଛନ୍ତି- ‘ଦୟାକରି ତୁମର ଯତ୍ନ ନିଅ । ଆଉ ଥରେ ଟେଷ୍ଟ କରାଇନିଅ । ଯଦି ତୁମର କୌଣସି ଲକ୍ଷଣ ନାହିଁ ତେବେ ଏହା ଭୁଲ ହୋଇପାରେ । ଯଦି କିଛି ଲକ୍ଷଣ ଥାଏ, ତେବେ ଏହା ସାମାନ୍ୟ ହୋଇଥିବ । ‘ ସେହିପରି ଅଭିନେତ୍ରୀ ଅଞ୍ଜୁ ମହେନ୍ଦ୍ର ଲେଖିଛନ୍ତି- ‘ନଗମା ବେବି ତୁମର ଯତ୍ନ ନିଅ । ଆଶା କରୁଛି ସୀମା ତୁମ ସହିତ ଅଛି । ‘

ନଗମାଙ୍କ ପରି ଅଭିନେତା ପରେଶ ରାୱଲ ମଧ୍ୟ ଭ୍ୟାକ୍ସିନ୍ ନେବା ପରେ କରୋନା ସଂକ୍ରମିତ ହୋଇଥିଲେ । ମାର୍ଚ୍ଚ ୨୧ ରେ ସେ ଟ୍ୱିଟ୍ କରି କହିଥିଲେ ଯେ ଦୁର୍ଭାଗ୍ୟବଶତଃ ମୋର କୋଭିଡ୍ ୧୯ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଗତ ୧୦ ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଟେଷ୍ଟ କରାଇନିଅନ୍ତୁ ।

Baaghi Video Jukebox | Salman Khan, Nagma, Mohnish Bahl | - YouTube

ନଗମା ୧୯୯୦ ମସିହାରେ ସଲମାନ ଖାନଙ୍କ ସହ ଫିଲ୍ମ ‘ବାଘି’ରୁ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିଲେ । ଏହା ପରେ ସେ ‘ସୁହାଗ’, ‘କିଙ୍ଗ ଅଙ୍କଲ,’ ଲାଲ ବାଦଶାହ ‘ଭଳି ଅନ୍ୟ ଫିଲ୍ମରେ ଅଭିନୟ କରିଥିଲେ । ହିନ୍ଦୀ ବ୍ୟତୀତ ନଗମା ତାମିଲ, ତେଲୁଗୁ ଏବଂ ଭୋଜପୁରୀ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ତାଙ୍କୁ ଶେଷ ଥର ପାଇଁ ୨୦୦୮ ରେ ଭୋଜପୁରୀ ଫିଲ୍ମ ‘ଠେଲା ନମ୍ବର ୫୦୧’ ରେ ଦେଖିବାକୁ ମିଳିଥିଲା ।

   Related Posts