ଆମର କଣ ମନ ନାହିଁ... ପାଣିକୋଇଲି ଥାନା ଭିତରେ ନାଗିନ୍ ଡ୍ୟାନ୍ସ, ଆଇଆଇସିଙ୍କଠାରୁ ହୋମଗାର୍ଡ ସମସ୍ତେ ନାଚିଲେ

Published By : Prameya-News7 Bureau | April 06, 2021 IST

ଯାଜପୁର,୦୬/୦୪: ଥାନା ଭିତରେ ନାଗିନ୍ ଡ୍ୟାନ୍ସ । ଗୀତରେ ଝୁମିଲେ ପୋଲିସ କର୍ମଚାରୀ । ନିକଟରେ ଜିଲ୍ଲାର ଦଶରଥପୁର ବ୍ଲକ୍‌ ଅନ୍ତର୍ଗତ ଝୁମ୍ପୁରି ବିଟ୍‌ ହାଉସ୍‌ର ଜଣେ ପୋଲିସ୍‌ ଅଧିକାରୀ ମହିଳାଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଥିଲା । ଏହା ପୋଲିସ୍‌ ପ୍ରଶାସନର ଭାବମୂର୍ତ୍ତିରେ ଆଞ୍ଚ ଆଣିଥିଲା । ଏବେ କିନ୍ତୁ ଏକ ଭିଡିଓ ଭାଇରାଲ ହୋଇଛି । ଯାହା ପୋଲିସକୁ ବିବାଦ ମଧ୍ୟରୁ ଠେଲିଦେଇଛି ।

ସୂଚନାନୁସାରେ, ଏସ୍‌ପି ଅଫିସ୍‌ ସମ୍ମୁଖରେ ଅବସ୍ଥିତ ପାଣିକୋଇଲି ଥାନା ପରିସରରେ ହୋଲିଦିନ ନାଗିନ ଡ୍ୟାନ୍ସରେ କର୍ମଚାରୀମାନେ ନାଚ କରୁଥିବା ଦେଖିବାକୁ ମିଳିଛି ।  ଆଇଆଇସିଙ୍କ ଠାରୁ ହୋମଗାର୍ଡ ପର୍ଯ୍ୟନ୍ତ ମସଗୁଲ ହୋଇ ଗୀତରେ ନାଚିଥିଲେ । ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି ।

{"id":433823,"sizeSlug":"large","linkDestination":"none"}

ପୋଲିସ୍‌ ପୋଷାକରେ ଥାନା ଭିତରେ ନାଗିନ୍‌ ଡ୍ୟାନ୍ସରେ ବାବୁମାନେ ଯେଭଳି ନୃତ୍ୟ ପ୍ରଦର୍ଶନ କରିଛନ୍ତି, ତାହା ଏକ ଶୃଂଖଳିତ ବିଭାଗର ଭାବମୂର୍ତ୍ତିର ଅବକ୍ଷୟ ବୋଲି କୁହାଯାଉଛି । ଏ ସମ୍ପର୍କରେ ଜିଲ୍ଲା ପୋଲିସ୍‌ ମୁଖିଆ ଦୃଷ୍ଟି ଦେବେ ବୋଲି ଆଶା କରାଯାଉଛି। ପୋଲିସ୍‌ ବାବୁଙ୍କ ଏଭଳି ଅକୁହା କଥାକୁ ଦେଖିବା ପରେ ଜନଗଣ କହି ପାରୁ ନାହାନ୍ତି କି ସହି ମଧ୍ୟ ପାରୁ ନାହାନ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.