୩ ଲକ୍ଷ ଟଙ୍କାର ଡ୍ରେସ ଓ ୨୫ ହଜାର ଟଙ୍କାର ଚପଲ ପିନ୍ଧି ପାର୍ଟିରେ ପହଞ୍ଚିଲେ ଏହି ଅଭିନେତ୍ରୀ, ଓଠ ପାଇଁ ବେଶ ଚର୍ଚ୍ଚିତା

Published By : Prameya-News7 Bureau | March 22, 2019 IST

ମୁମ୍ୱାଇ ୨୨|୦୩: ଛୋଟ ପରଦାରୁ ଲୋକପ୍ରିୟତା ହାସଲ କରି ଏବେ ବଡ ପରଦାରେ ବେଶ ଚର୍ଚ୍ଚାରେ ଅଛନ୍ତି ମୌନୀ ରଏ । ପ୍ରକୃତରେ ମୌନୀ କଲର୍ସ ଚ୍ୟାନଲରୁ ପପୁଲାର ହୋଇଥିଲେ। କଲର୍ସ ଚ୍ୟାନଲରେ ପ୍ରସାରିତ ହେଉଥିବା ନାଗୀନ ଧାରାବାହିକରୁ ସେ ବେଶ ପ୍ରତିଷ୍ଠିତା ଲାଭ କରିଥିଲେ। ୨୦୧୮ ମସିହାରେ ମୌନୀ ବଲିଉଡରେ ପାଦ ଦେଇ ଫିଲ୍ମି ଜଗତରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ।

{"id":95813,"width":583,"height":326}

 “ଗୋଲ୍‌ଡ” ସିନେମାରେ ଅଭିନୟ କରି ସେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ମୌନୀଙ୍କ ବିପକ୍ଷରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ୨୦୦୭ ମସିହାରେ ଏକତା କପୁରଙ୍କ ଧାରାବାହିକରେ ଅଭିନୟ କରି ସେ ଛୋଟ ପରଦାରେ ପାଦ ଦେଇଥିଲେ।

{"id":95814,"width":582,"height":327}

  ଏବେ କିଛି ଦିନ ତଳେ ମୌନୀଙ୍କୁ ଏକ ପାର୍ଟିରେ ସ୍ପଟ କରାଯାଇଥିଲା। ପାର୍ଟିକୁ ମୌନୀ ୩ ଲକ୍ଷ ଟଙ୍କାର ଡ୍ରେସ ଓ ୨୫ ଟଙ୍କାର ଟଙ୍କାର ଜୋତା ପିନ୍ଧି ଯାଇଥିଲେ। ପରିଧାନ ଶୈଳୀ ଭଲ ଥାଇ ମଧ୍ୟ ସୋସିଆଲ ମିଡିଆରେ ମୌନୀଙ୍କର ଟ୍ରୋଲ କରାଯାଇଛି। ମୌନୀଙ୍କ ଓଠ ପାଇଁ ଦର୍ଶକମାନେ ତାଙ୍କର ବହୁତ ମଜା ଉଡାଇଛନ୍ତି। ଓଠ ସର୍ଜରୀ କରାଇବା ପରେ ଏହି ଅଭିନେତ୍ରୀ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।  ଏହି ସର୍ଜରୀ ତାଙ୍କ ଟ୍ରୋଲ ହେବାର ମୁଖ୍ୟ କାରଣ ହୋଇଛି।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.