Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||

ରାତିରେ ଅଚାନକ ଥାନାରେ ପହଞ୍ଚିଲେ ବିଧାୟକ : ଥାନାରେ ଜମିଥିଲା ମଦ ଆସର, ବିଧାୟକଙ୍କୁ ଦେଖି ଫେରାର ହୋଇଗଲେ ପୋଲିସକର୍ମୀ

13/06/2020 at 11:08 AM

ନାଗୋର ୧୩/୦୬ : ରାଜସ୍ତାନ ନାଗୋର ଜିଲ୍ଲାର ଖମ୍ବିସର ବିଧାୟକ ନାରାୟଣ ବେନିବାଲ ହଠାତ ନିରୀକ୍ଷଣ ପାଇଁ ପୋଲିସ ଥାନାରେ ପହଞ୍ଚିଥିଲେ | ଥାନାରେ ପହଞ୍ଚି ସେ ଯାହା ଦେଖିଲେ ଚକିତ ହୋଇଗଲେ | ଶୁକ୍ରବାର ବିଳମ୍ବିତ ରାତିରେ ବିଧାୟକ ହଠାତ ଥାନାରେ ପହଞ୍ଚିଥିଲେ | ଥାନାର ଏକ କୋଠରୀ ମଧ୍ୟରେ ପୋଲିସକର୍ମୀ ମଦ ଆସର ଜମାଇଥିଲେ | ପୋଲିସକର୍ମୀ ମଦ ପାର୍ଟିରେ ମସଗୁଲ ଥିଲେ | ପୋଲିସକର୍ମୀ ଯେମିତି ଶୁଣିଲେ ବିଧାୟକ ଥାନାରେ ପହଞ୍ଚିଛନ୍ତି, ପାର୍ଟି କରୁଥିବା ପୋଲିସକର୍ମୀ ଥାନାରେ ଫେରାର ହୋଇଯାଇଥିଲେ | ଏହାପରେ ବିଧାୟକ ଘଟଣା ସମ୍ପର୍କରେ ନାଗୋର ଏସପି ଡ.ବିକାଶ ପାଠକଙ୍କୁ ଜଣାଇଥିଲେ | 

ଖମ୍ବିସର ବିଧାୟକ ନାରାୟଣ ବେନିବାଲ ଗତ କିଛି ଦିନ ହେଲା ଥାନାରେ ପୋଲିସକର୍ମୀଙ୍କ ଏହିସବୁ ମନ ମୁତାବକ କାମ ସମ୍ପର୍କରେ ଅଭିଯୋଗ ଶୁଣିଥିଲେ | ସେଥିପାଇଁ ସେ ଶୁକ୍ରବାର ବିଳମ୍ବିତ ରାତିରେ କାହାକୁ କିଛି ନ ଜଣାଇ ହଠାତ ଥାନାରେ ପହଞ୍ଚିଥିଲେ | ଥାନାରେ ନା ଥାନା ଅଧିକାରୀ ଥିଲେ ନା ଡ୍ୟୁଟି ଅଫିସର | ଏହାପରେ ବିଧାୟକ ଥାନା ପରିସରରେ ଆଗକୁ ବଢିଲେ ତ ଏକ ବ୍ୟାରେକରେ ୩ ପୋଲିସକର୍ମୀ ମଦ ଆସର ଜମାଇଥିଲେ | ବିଧାୟକଙ୍କୁ ଦେଖି ପୋଲିସକର୍ମୀ ସେଠାରୁ ଫେରାର ହୋଇଗଲେ | ଏହା ଦେଖି ବିଧାୟକ ତାଙ୍କ ସହ ଉପସ୍ଥିତ କର୍ମୀଙ୍କୁ ମୋବାଇଲ ଫୋନରେ ସମସ୍ତ ଘଟଣା ରେକର୍ଡିଙ୍ଗ କରିବାକୁ କହିଥିଲେ | 

ଥାନାରେ ଉପସ୍ଥିତ ଥିବା ପୋଲିସକର୍ମୀଙ୍କୁ ବିଧାୟକ ଅନ୍ୟ ପୋଲିସକର୍ମୀଙ୍କ ସମ୍ପର୍କରେ ପଚାରିଥିଲେ | ବିଧାୟକ କହିଥିଲେ, ଏଇଠି କଂଗ୍ରେସର ରାଜ ଚାଲିଛି, ତା ମାନେ କଣ ଥାନାରେ ମଦ ପିଇବ, ମଉଜ କରିବ, ଲୋକଙ୍କୁ ଶୋଷଣ କରିବ, ଏମିତି ଡ୍ୟୁଟି କରୁଛ ? ବିଧାୟକ ନାରାୟଣ ବେନିବାଲ ମାମଲା ସମ୍ପର୍କରେ ଏସପିଙ୍କୁ ସୂଚନା ଦେଇଥିଲେ | ଡ୍ୟୁଟି ଅଫିସର ମୁଖ୍ୟ କନେଷ୍ଟବଳ ରାମରତନ ଯେତେବେଳେ ଥାନାରେ ଫେରିଥିଲେ ବିଧାୟକ ଡ୍ୟୁଟି ଅଫିସରଙ୍କୁ ନାନା କଥା ଶୁଣାଇଥିଲେ ଏବଂ ଥାନା ଅଧିକାରୀଙ୍କ ସମ୍ପର୍କରେ ପଚାରିଥିଲେ | ଥାନା ଅଫିସର କହିଥିଲେ ଯେ, ଡ୍ୟୁଟି ଅଫିସର ଏକ ବୈଠକରେ ଯୋଗ ଦେବା ପାଇଁ ନାଗୋର ଯାଇଛନ୍ତି | ଏହାପରେ ବିଧାୟକ ଡ୍ୟୁଟି ଅଫିସରଙ୍କୁ ମଧ୍ୟ ଯାହା ଇଛା ତାହା ଶୁଣାଇଥିଲେ | ସେ ତୀକ୍ଷ୍ଣ ସ୍ୱରରେ କହିଥିଲେ ଥାନାରେ ବସି ତମେମାନେ ମଦ ପିଉଛ, ତମେମାନେ ଲୋକଙ୍କୁ କଣ ନ୍ୟାୟ ଦେବ | 

   Related Posts