ନାଗାଲାଣ୍ଡ ରାଜନୀତିରେ ବଡ ପରିବର୍ତ୍ତନ: ଏଣିକି ବିନା ବିରୋଧୀରେ ଚାଲିବ ସରକାର, ସର୍ବଦଳୀୟ ବୈଠକରେ ସହମତି

Published By : Prameya-News7 Bureau | September 19, 2021 IST

କୋହିମା୧୯/୦୯: ନାଗାଲାଣ୍ଡରେ ଏଣିକି ବିନା ବିରୋଧୀରେ ସରକାର । ଏହା ହେଲା ଦେଶର ଏକମାତ୍ର ରାଜ୍ୟ ହେବ । ଯେଉଁଠାରେ ବିନା ବିରୋଧରେ ସମସ୍ତ ନିଷ୍ପତ୍ତି ନେବେ ସରକାର । ବଡ ରାଜନୈତିକ ପରିବର୍ତ୍ତନ ଆଣିବାକୁ ନାଗାଲାଣ୍ଡର ସମସ୍ତ ଦଳ ଏକାଠି ହୋଇ ଏକତ୍ର ସରକାର ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ନାଗାଲାଣ୍ଡ ବିଧାନସଭାରେ ପ୍ରତିନିଧିତ୍ୱ କରୁଥିବା ସମସ୍ତ ରାଜନୈତିକ ଦଳ ଶନିବାର କୋହିମାଠାରେ ଶାସକ ଦଳ ଏବଂ ସମସ୍ତ ବିରୋଧୀ ଦଳ ହାତ ମିଳାଇ ଏକ ସର୍ବଦଳୀୟ ମିଟିଂ କରି ସରକାର ଗଠନ ଲାଗି ଚୂଡାନ୍ତ କରିଛନ୍ତି । କମିଟି ସ୍ଥିର କରିଛି ଯେ ନୂତନ ସରକାରକୁ ୟୁନାଇଟେଡ୍ ଡେମୋକ୍ରାଟିକ୍ ଆଲାଏନ୍ସ କୁହାଯିବ । ସୂଚନାଥାଉକି, ଏଥିରେ ବିଜେପି ସାମିଲ ଅଛି ।

ବାସ୍ତବରେ, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫି ରିଓଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକରେ ବିରୋଧୀ ବିହୀନ ସରକାର ଗ୍ରହଣ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ନିଫି ରିଓ ଟୁଇଟ୍ କରି ଏକଥା ସ୍ପଷ୍ଟ କରିଛନ୍ତି । ଦଳର ନେତା ତଥା ଏନଡିପିପି, ବିଜେପି, ଏନପିଏଫ ଏବଂ ସ୍ୱାଧୀନ ବିଧାୟକମାନେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି ।

ନାଗାଲାଣ୍ଡ ସରକାରୀ ମୁଖପାତ୍ର ନୀବା କ୍ରୋନୁ ଗଣମାଧ୍ୟମକୁ କହିଛନ୍ତି ଯେ ଆସନ୍ତା କିଛି ଦିନ ମଧ୍ୟରେ ୟୁଡିଏ ଗଠନ ପାଇଁ ବିଧାୟକମାନେ ବାଚସ୍ପତିଙ୍କୁ ଚିଠି ଲେଖିବେ । ଏହା ପୂର୍ବରୁ ଘୋଷଣା କରାଯାଇଥିଲା ଯେ ନୂତନ ସରକାରଙ୍କୁ ନାଗାଲାଣ୍ଡ ୟୁନାଇଟେଡ୍ ସରକାର କୁହାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.