ନଗଡ଼ାକୁ ନେଇ ପୁଣି ଚର୍ଚ୍ଚା: ଏଥର ଅପପୃଷ୍ଟି ନୁହେଁ ଅନ୍ୟ କିଛି

Published By : Prameya-News7 Bureau | December 18, 2019 IST

ଯାଜପୁର୧୮/୧୨: ପୁଣି ନଗଡାକୁ ନେଇ ଚର୍ଚ୍ଚା । ହେଲେ ଏହା କୌଣସି ଅପପୃଷ୍ଟି ବା ଶିଶୁମୃତ୍ୟୁ ଘଟଣାକୁ ନେଇ ନୁହେଁ ବରଂ ନଗଡାର ଅଶିକ୍ଷିତ ବେକାର ଯୁବକକୁ ନିଯୁକ୍ତି ମିଳିବା ନେଇ ନଗଡ଼ା ପୁଣି ଚର୍ଚ୍ଚା ପରିସରକୁ ଆସିଛି । ପ୍ରଥମ ଥର ପାଇଁ ବନବିଭାଗ ଦ୍ବାରା ନଗଡାର ୧୨ଜଣ ଯୁବକଙ୍କୁ ବନ ସୁରକ୍ଷା କର୍ମଚାରୀ ଭାବେ ମିଳିଛି ନିଯୁକ୍ତି । ବଣଜଙ୍ଗଲ ଘେରା ନଗଡାର ପାର୍ବତ୍ୟ ଅଞ୍ଚଳରେ ବୃକ୍ଷଲତାକୁ ସୁରକ୍ଷା ଦେବା ସହ ନୂତନ ବନୀକରଣ କାର୍ଯ୍ୟରେ ଏମାନଙ୍କୁ ନିୟୋଜିତ କରାଯାଇଛି । ଆଗକୁ ଅଧିକ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ସ୍ଥାନୀୟ ବନଖଣ୍ଡ ଅଧିକାରୀ ।

{"id":199446,"sizeSlug":"large"}

ପ୍ରଥମ ଥର ପାଇଁ ବନ ବିଭାଗ ଦ୍ବାରା ନଗଡାର ୧୨ଜଣ ଯୁବକଙ୍କୁ ବନ ସୁରକ୍ଷା କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଛି । ଦିନେ ଯେଉଁମାନେ ଜଙ୍ଗଲରୁ ଗଛକାଟି କାଠ ବିକ୍ରି କରି ପେଟ ପୋଷୁଥିଲେ, ଏବେ ସେହି ନଗଡାବାସୀ ଜଙ୍ଗଲକୁ ଦେଉଛନ୍ତି ସୁରକ୍ଷା । ଯେଉଁ ନଗଡା ଦିନେ ଅପହଞ୍ଚ ଇଲାକା ଭାବେ ପରିଗଣିତ ହୋଇଥିଲା । ସେଇ ନଗଡ଼ାବାସୀଙ୍କୁ ଏବେ ମିଳିଛି ସୁଯୋଗ।

{"id":199447,"sizeSlug":"large"}

ରାଜ୍ୟ ସରକାରଙ୍କ ନିର୍ଦେଶରେ ଜିଲ୍ଲା ପ୍ରଶାସନ ଦ୍ବାରା ନଗଡାର ଯୁବକଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଏଭଳି ପ୍ରୟାସ ଆରମ୍ଭ ହୋଇଛି । ଏଥିସହ ନଗଡ଼ାବାସୀଙ୍କୁ ରାସ୍ତାଘାଟ, ବିଦ୍ୟୁତ, ପାନୀୟ ଜଳ ଆଦି ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ତତ୍ପରତା ମଧ୍ୟ ଦେଖିବାକୁ ମିଳୁଛି । ଆଗକୁ ମଧ୍ୟ ଆହୁରି ଅଧିକ ଲୋକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ସ୍ଥାନୀୟ ବନଖଣ୍ଡ ଅଧିକାରୀ । ସେମାନଙ୍କୁ ମହୁଚାଷ, ବିଭିନ୍ନ ଔଷଧୀୟ ଗୁଳ୍ମ ଚାଷ, ମହୁଲ, ଝୁଣା ଆଦି ବନ୍ୟଜାତ ସାମଗ୍ରୀ ସଂଗ୍ରହ କରିବା ଓ ସେଥିପାଇଁ ବଜାର ସୃଷ୍ଟି କରିବାକୁ ବନବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

{"id":199448,"sizeSlug":"large"}

ନଗଡାବାସୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ନିଯୁକ୍ତି ବା ଆତ୍ମନିଯୁକ୍ତି ପ୍ରକ୍ରିୟା ନିଶ୍ଚିତ ରୂପେ ସହାୟକ ହେବ ବୋଲି ସେମାନଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.