Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ନାଗାବଳୀରେ ବାପା-ପୁଅ ନିଖୋଜ ଘଟଣା, ମିଳିଲା ପୁଅର ମୃତଦେହ

18/10/2021 at 1:15 PM

ରାୟଗଡା ୧୮/୧୦:  ରାୟଗଡା ସହର ଉପକଣ୍ଠ ନାଗାବଳୀ ନଦୀ ଝୁଲାପୋଲ ଏବଂ ହାତିପଥର ନିକଟରେ ବାପ-ପୁଅ ନିଖୋଜ ଘଟଣାରେ ପୁଅର ମୃତଦେହ ଉଦ୍ଧାର ହୋଇଛି । ବାପା-ପୁଅ ହେଲେ ପାରଳାଖେମୁଣ୍ଡି ସହରର ୧୯ବର୍ଷୀୟ କେ. ଜିତେନ୍ଦ୍ର ଏବଂ ୪୫ବର୍ଷୀୟ କେ. ଶ୍ରୀନିବାସ । ସେମାନଙ୍କ ଘର ପାରଳାଖେମୁଣ୍ଡି ସହର କାମ୍ପ ସାହିରେ ।  

ସୂଚନାନୁସାରେ, ପାରଳାଖେମୁଣ୍ଡିରୁ ୧୬ ଜଣ ପର୍ଯ୍ୟଟକ ମଝିଘରିଆଣି ମନ୍ଦିର ଦର୍ଶନ ପାଇଁ ରାୟଗଡା ଆସିଥିଲେ। ମନ୍ଦିରରେ ଦର୍ଶନ ସାରି ସହର ପାର୍ଶ୍ବଦେଇ ବୋହିଯାଉଥିବା ନାଗାବଳୀ ଉପରେ ଝୁଲାପୋଲକୁ ଯାଇଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଝୁଲାପୋଲ ଏବଂ ହାତୀପଥର ମଧ୍ୟଭାଗରେ ନଦୀ କୂଳକୁ ଓହ୍ଲାଇ ଥିଲେ। ସେଠାରେ ବାପା ଶ୍ରୀନିବାସ ଗୋଡ ଧୋଇଥିଲେ। ସ୍ଥାନଟି ସମ୍ପୂର୍ଣ୍ଣ ରୁପେ ପଥୁରିଆ ଥିଲା। ପାଣିର ସୁଅରେ ଶିଉଳି ପଡିଥିବା ଯୋଗୁଁ ବାପା ଶ୍ରୀନିବାସଙ୍କ ପାଦ ଖସିଯାଇଥିଲା । ଫଳରେ ପାଣିର ସୁଅରେ ସେ ଭାସିଯାଇଥିଲେ।

ବାପାଙ୍କୁ ଉଦ୍ଧାର କରିବାପାଇଁ ପୁଅ ଜିତେନ୍ଦ୍ର ମଧ୍ୟ ପାଣି ଭିତରକୁ ଡେଇଁପଡିଥିଲେ। ଏଭଳି ସ୍ଥିତି ଦେଖି ଅନ୍ୟ ପର୍ଯ୍ୟଟକ ମାନେ କୂଳରେ ରହି ପାଟି କରୁଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। କର୍ମଚାରୀ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ। ତେବେ ସନ୍ଧ୍ୟା ହୋଇଯିବାରୁ ପାଣି ଭିତରେ ଖୋଜିବା ସମ୍ଭବ ନହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ କରିଦିଆଯାଇଛି। ସୋମବାର ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ନିଖୋଜ ପୁଅର ମୃତଦେହ ଉଦ୍ଧାର ହୋଇଛି । ଏବେବି ବାପାଙ୍କ ପତ୍ତା ମିଳିପାରି ନାହିଁ ।

   Related Posts