Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

ମାଉସୀ ମା’ ମନ୍ଦିରରେ ରାଜଧାନୀବାସୀ ପାଳିଲେ ନାଗ ଚତୁର୍ଥୀ

31/10/2019 at 3:56 PM

ଭୁବନେଶ୍ବର ୩୧|୧୦: ରାଜଧାନୀ ସ୍ଥିତ ମାଉସୀ ମା’  ମନ୍ଦିରରେ ଦେଖିବାକୁ ମିଳିଛି  ନାଗ ଚତୁର୍ଥୀ ପୂଜା । ପୁରୁଣା ଲୋକ ବିଶ୍ବାସ ଏବଂ ଧର୍ମୀୟ ଧାରଣା ଭିତରେ ଏବେବି ପ୍ରଚଳିତ ଅଛି ନାଗ ଚତୁର୍ଥୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ନାଗ ଦେବତାଙ୍କ ଉଦ୍ଦେଶ୍ୟରେ  ଏହି ପୂଜା ଅନୁଷ୍ଠିତ ହୋଇଥାଏ । ପୁଜାର ମୁଖ୍ୟ ବିଧି ହେଲା ହୁଙ୍କା ପୁଜା ।

ନାରୀମାନେ ଏକତ୍ରିତ ହୋଇ ହୁଙ୍କା ଥିବା ସ୍ଥାନରେ କିମ୍ବା ହୁଙ୍କାର କିଛି ଅଂଶ ଆଣି କରିଥାନ୍ତି ପୂଜା । ତେବେ ଏହି ପୁଜା ବିଧି ସହ ଶ୍ରଦ୍ଧାଳୁମାନେ  ମନ୍ଦିର ପରିଶରରେ ଥିବା ହୁଙ୍କା ମୁଳରେ କରିଛନ୍ତି ପୂଜା । ନିଜ ନିଜ ପୁଜା ବିଧି ଅନୁସାରେ କିଏ ଅଟାରେ ନାଗ ନାଗୁଣୀଙ୍କ ପିତୁଳା ପ୍ରସ୍ତୁତ କରୁଥାଏ ତ କିଏ କ୍ଷୀର ଢାଳି ପୂଜା କରିବାରେ ବ୍ୟସ୍ତ ଥାନ୍ତି ।

ଏଥିସହ ପୂଜା ସ୍ଥାନକୁ ଫୁଲରେ ସଜାଇ, ଚିତା ପକାଇ ସମସ୍ତ ପୂଜା ସାମଗ୍ରୀ ଯଥା ଧୂପ ଦୀପନୈବେଦ୍ୟ ଦେଇ  କରିଥିଲେ ପୂଜା । ତେବେ ନାଗ ଚତୁର୍ଥୀ  ବା ନାଗଲ ଚତୁର୍ଥୀ ସର୍ପ ପୂଜାର ଅନ୍ୟ ଏକ ଅଭିବ୍ୟକ୍ତି ।  ନାରୀମାନେ  ପରିବାର ତଥା ସନ୍ତାନସନ୍ତତିମାନଙ୍କ ମଙ୍ଗଳ କାମନା କରି ଏହି ପର୍ବ ପାଳନ କରିଛନ୍ତି  ।

   Related Posts