Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

ସାଉଥ୍ ସୁପରଷ୍ଟାର୍ ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ବଲିଉଡରେ କରିବେ ଡେବ୍ୟୁ: ଅମୀର ଖାନଙ୍କ ଫିଲ୍ମରେ କରିପାରନ୍ତି ଏଣ୍ଟ୍ରି

25/01/2021 at 5:38 PM

ମୁମ୍ବାଇ ୨୫/୦୧ : ବଲିଉଡରେ ଅନେକ ସାଉଥ କଳାକାର ଏଣ୍ଟ୍ରି କରିଛନ୍ତି। କିନ୍ତୁ ରଜନୀକାନ୍ତଙ୍କ ଭଳି କେହି ହିଟ୍ ହୋଇପାରିନାହାନ୍ତି। ସାଉଥ ସୁପର ଷ୍ଟାର ନାଗାର୍ଜୁନ ମଧ୍ୟ ବଲିଉଡ ଫିଲ୍ମ କରିଛନ୍ତି। ତାଙ୍କ ଅଭିନୀତ ଫିଲ୍ମ କ୍ରିମିନାଲ୍ ଓ ଫିଲ୍ମର ଗୀତ ଆଜି ବି ହିଟ୍ ଅଛି। ସାଉଥ ସୁପରଷ୍ଟାର୍ ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଖବର ଅନୁଯାୟୀ ଅମୀର ଖାନଙ୍କ ଲାଲ ସିଂହ ଚଡ୍ଡା ପାଇଁ ନାଗା ଚୈତନ୍ୟଙ୍କୁ ଆପ୍ରୋଚ୍ କରାଯାଇଛି। ନାଗା ଚୈତନ୍ୟ ବର୍ତ୍ତମାନ ଫିଲ୍ମ ‘ଥାଙ୍କ ୟୁ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

ରିପୋର୍ଟ ଅନୁଯାୟୀ ସାଉଥ ସୁପରଷ୍ଟାର ବିଜୟ ସେତୁପତି ଅମୀର ଖାନଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡାକୁ ଅଲବିଦା କରିଦେଇଛନ୍ତି। ସୁଟିଂ ତାରିଖ ନେଇ କିଛି ସମସ୍ୟା ଥିଲା ବୋଲି ତାଙ୍କୁ ଫିଲ୍ମ ଛାଡିବାକୁ ପଡିଛି। ସେତୁପତିଙ୍କ ପରେ ଅମୀର ଖାନ ନାଗା ଚୈତନ୍ୟଙ୍କୁ ଆପ୍ରୋଚ୍ କରିଛନ୍ତି। ତେବେ ଏଯାଏଁ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ। ଯଦି ଏହିଭଳି ହୁଏ ତାହେଲେ ନାଗା ବଲିଉଡରେ ଡେବ୍ୟୁ କରିପାରିବେ।

ଲାଲ ସିଂହ ଚଡ୍ଡା ୧୯୯୪ରେ ଆସିଥିବା ଆମେରିକୀୟ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ରିମେକ। ଏହି ଫିଲ୍ମରେ ଅମୀର ଖାନଙ୍କ ସହ କରିନା କପୁର ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଦ୍ଵିତ ଚନ୍ଦନ।

ବର୍ତ୍ତମାନ ନାଗା ଚୈତନ୍ୟ ‘ଥାଙ୍କ ୟୁ’ର ସୁଟିଂ କରୁଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ବିକ୍ରମ କୁମାର। ଏହି ଫିଲ୍ମରେ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ସହ ନାଗାଙ୍କ ଲଭ ଷ୍ଟୋରି ଦେଖିବାକୁ ଦର୍ଶକ ଅପେକ୍ଷାରେ ଅଛନ୍ତି।

   Related Posts