ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲେ, ଚୋରି ହୋଇଗଲା ବ୍ୟାଗ୍ : ମିଳିଲା ୨୫ ହଜାର ଟଙ୍କାର କ୍ଷତିପୂରଣ

Published By : Prameya-News7 Bureau | April 29, 2021 IST

ଭଦ୍ରକ,୨୯/୦୪:  ସ୍ଵାସ୍ଥ୍ୟଗତ ସମସ୍ୟାର ପରୀକ୍ଷା ପାଇଁ ଘରୋଇ ପାଥୋଲ୍ୟାବ୍‌କୁ ଆସିଥିଲେ । ପରୀକ୍ଷା ପରେ ଭୁଲବଶତଃ ବ୍ୟାଗ ଛାଡି ପଳାଇଗଲେ ଦମ୍ପତି । କିନ୍ତୁ ପାଥୋଲ୍ୟାବକୁ ଆସି ଦେଖିବା ପରେ ଆଉ ନଥିଲା ବ୍ୟାଗ୍ ।  ସିସିଟିଭି ଯାଞ୍ଚ ବେଳେ ଜନୈକ ଯୁବତୀ ବ୍ୟାଗ ନେଇଯାଉଥିବା ଦୃଶ୍ୟ ଦେଖିବା ପାଇଁ ମିଳିଥିଲା । ଏନେଇ ଥାନାରେ ଏତଲା ପରେ ଦମ୍ପତିଙ୍କୁ ମିଳିଛି କ୍ଷତିପୂରଣ ।ଦମ୍ପତିଙ୍କୁ ୨୫ ହଜାର ଟଙ୍କାର କ୍ଷତିପୂରଣ ଦିଆଯାଇଛି ।

ସୂଚନା ଅନୁସାରେ, ଚାନ୍ଦବାଲି ଅଞ୍ଚଳର ପ୍ରଫୁଲ୍ଲ କୁମାର ସ୍ଵାଇଁ ନିଜ ସ୍ତ୍ରୀଙ୍କୁ ନେଇ ସ୍ଵାସ୍ଥ୍ୟଗତ ସମସ୍ୟା ପାଇଁ ଭଦ୍ରକ ସହରର ଏକ ଘରୋଇ କ୍ଲିନିକକୁ ଆସିଥିଲେ । ସେଠାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ ଏକ ଘରୋଇ ପାଥୋଲ୍ୟାବକୁ ଯାଇଥିଲେ । ପରୀକ୍ଷା ପରେ ପ୍ରଫୁଲ୍ଲଙ୍କ ସ୍ତ୍ରୀ ନିଜ ଭ୍ୟାନିଟି ବ୍ୟାଗକୁ ଛାଡି ଯାଇଥିଲେ । ଏନେଇ ଟାଉନ ଥାନାରେ ଏତଲା ଦେବା ପରେ ସିସିଟିଭିରେ ଜନୈକ ଯୁବତୀ ବ୍ୟାଗ ନେଇଯାଉଥିବା ଦେଖିବା ପାଇଁ ମିଳିଥିଲା ।

ପରେ ସମ୍ପୃକ୍ତ ପାଥୋଲ୍ୟାବ ତରଫରୁ ଦମ୍ପତିଙ୍କୁ ୨୫ ହଜାର ଟଙ୍କାର କ୍ଷତିପୂରଣ ରାଶି ଦିଆଯାଇଛି । ଏନେଇ ଅଭିଯୋଗକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.