ଭାରତର ‘ନାଗ’ରେ ଭୟଭୀତ ହେବେ ଶତ୍ରୁ, ମାତ୍ର ୪୫ ମିନିଟରେ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍‌ ମିଶାଇଲର ସଫଳ ପରୀକ୍ଷଣ

Published By : Prameya-News7 Bureau | October 22, 2020 IST

ନୂଆଦିଲ୍ଲୀ ୨୨/୧୦: ଭାରତ ଆଜି ସୁରକ୍ଷା ଦୃଷ୍ଟିରୁ ବଡ଼ ସଫଳତା ହାସଲ କରିଛି। ରାଜସ୍ଥାନର ପୋଖରନରୁ ନାଗ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ (ଟ୍ୟାଙ୍କ ବିଧ୍ବସ୍ତି) କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳତା ଭାବେ ପୂରା ହୋଇଛି। ଏହି ମିଶାଇଲର ପରୀକ୍ଷଣ ବାରଡେହରେ ହୋଇଛି। ଡିଆରଡିଓ ଦ୍ବାରା ବିକଶିତ ଏହି ଦେଶୀ ମିଶାଇଲର ଅନ୍ତିମ ପରୀକ୍ଷଣ ଆଜି ସକାଳ ୦୬.୪୫ରେ ମାତ୍ର ୪୫ ମିନିଟରେ ଏହାର ଫାଇନାଲ ଟ୍ରାଏଲ ଶେଷ ହୋଇଛି।

wp:core-embed/twitter {"url":"https://twitter.com/ANI/status/1319103449854738432","type":"rich","providerNameSlug":"twitter","className":""}
https://twitter.com/ANI/status/1319103449854738432
/wp:core-embed/twitter

 ଭାରତ ଓ ଚୀନ ମଧ୍ୟରେ ବିବାଦ ଚାଲିଥିବା ସମୟରେ ଏହାକୁ ପରୀକ୍ଷଣ କରାଯାଇଛି। ଏହି ଟ୍ରାଏଲ ପରେ ମିଶାଇଲ ଭାରତୀୟ ସେନାରେ ସାମିଲ ହେବାକୁ ପ୍ରସ୍ତୁତ। ତେବେ ନାଗ ଏକଦମ ଦେଶୀ କ୍ଷେପଣାସ୍ତ୍ର। ନାଗ ମିଶାଇଲ ତୃତୀୟ ପିଢ଼ିର ଏକ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିଶାଇଲ। ଯାହାର ଶୀର୍ଷ ଆକ୍ରମଣ କରିବାର କ୍ଷମତା ରହିଛି।

ଡିଆରଡିଓ ପକ୍ଷରୁ କ୍ରମାଗତ ଏହାର ଭିନ୍ନ ଭିନ୍ନ ଟ୍ରାଏଲ କରାଯାଉଛି। ଏହା ପୂର୍ବରୁ ନାଗ ମିଶାଇଲର ଅନ୍ୟ ଟ୍ରାଏଲ ସରିଛି। ୨୦୧୭, ୨୦୧୮ ଓ ୨୦୧୯ରେ ଭିନ୍ନ ଭିନ୍ନ ନାଗ ମିଶାଇଲର ପରୀକ୍ଷଣ ହୋଇସାରିଛି।

ଏହା ଶତ୍ରୁର ଟ୍ୟାଙ୍କ ସମେତ ଅନ୍ୟ ସୈନ୍ୟ ବାହନକୁ କିଛି ସେକେଣ୍ଡ ମଧ୍ୟରେ ଧୂଳିସାତ କରିଦିଏ। ଏହା ମିଡ଼ିୟମ ଓ ଛୋଟ ରେଞ୍ଜର ମିଶାଇଲ। ଯାହା ଫାଇଟର ଜେଟ୍, ଓ୍ବାର ସିପ ସମେତ ଅନ୍ୟ ସଂଶାଧନ ସହ କାମ କରିଥାଏ। ଭାରତ ଏକ ମାସ ହେବ ଭିନ୍ନ ଭିନ୍ନ ତରିକାରେ ଅଧା ଡର୍ଜନରୁ ଏଭଳି ଦେଶୀ ମିଶାଇଲର ସଫଳ ପରୀକ୍ଷଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.