Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଯଥେଷ୍ଟ ଉତ୍ପାଦନ ଓ ଉନ୍ନତ ବଜାର ପାଇଁ ଏଫପିଓ ସହ ନାଫେଡର ସହବନ୍ଧନ

8/11/2020 at 11:02 PM

ଭୁବନେଶ୍ୱର,୦୮।୧୧: ନାଫେଡ୍ ଫାର୍ମର ପ୍ରଡ୍ୟୁସର୍ ଅର୍ଗାନାଇଜେନ୍ସ ବା କୃଷକ ଉତ୍ପାଦକ ସଂଗଠନର ସହାଭାଗିତାରେ ଓଡିଶାରେ ନିବେଶ କରିବା ନେଇ ଯୋଜନା ପ୍ରସ୍ତୁତ କରିଛି ।

ନାଫେଡର ପରିଚାଳନା ନିର୍ଦ୍ଦେଶକ ସଞ୍ଜିବ କୁମାର ଚଡ୍ଡା କହିଛନ୍ତି ଯେ, ଏପରି ବ୍ୟବସ୍ଥା ମହାରାଷ୍ଟ୍ରର ୨୫ଟି ସ୍ଥାନରେ କରାଯାଇଛି । ଯାହା ଓଡିଶାରେ ମଧ୍ୟ ଆଗକୁ ହେବ । କିପରି କୃଷକଙ୍କୁ ସମସ୍ତ ସୁବିଧା ସୁଯୋଗ ମିଳିବ ସେନେଇ କାର୍ଯ୍ୟ କରାଯିବ । କିପରି କୃଷକଙ୍କଠାରୁ ଉଚିତ ମୂଲ୍ୟରେ ଉତ୍ପାବ କିଣାଯାଇ ବଜାରରେ ବିକ୍ରି କରାଯିବ ସେନେଇ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ଏହି ବ୍ୟବସ୍ଥା ଓଡିଶା ଓ କର୍ଣ୍ଣାଟକରେ ପାଇଲଟ୍ ବେସିସରେ ଆରମ୍ଭ ହେବ ।

ସେହିପରି ନାଫେଡର ଅତିରିକ୍ତ ଏମଡି ପଙ୍କଜ କୁମାର ପ୍ରସାଦ କହିଛନ୍ତି ଯେ, କୃଷକମାନେ କିପରି ସେମାନଙ୍କ ଉତ୍ପାଦ ବଜାରରେ ବ୍ୟବସ୍ଥିତ ଢଙ୍ଗରେ ବିକ୍ରି କରିପାରିବେ ସେନେଇ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ଏହାସହ ଫସଲ ଅମଳ ପରେ କିପରି ଭାବେ ବିଭିନ୍ନ ଫସଲକୁ ସୂଚାର ରୂପେ ରଖାଯିବ ସେନେଇ ମଧ୍ୟ ପୋକସ୍ ଦିଆଯିବ । ଏହାସହ ଅନଲାଇନରେ କିପରି କୃଷକମାନେ ବିନା ମଧ୍ୟସ୍ତିରେ ଫସଲ ବିକ୍ରି କରିପାରିବେ ସେନେଇ ଲକ୍ଷ୍ୟ ଲଖାଯାଇଛି । ଏନେଇ ଫେଡେରସନ ଅଫ୍ ଇଣ୍ଡିଆମ ଏଫପିଓ ଆଣ୍ଡ୍ ଏଗ୍ରିମେଣ୍ଟ ଓ ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ବା ସୋଆ ସହ ଚୁକ୍ତି ହୋଇଛି ।

   Related Posts