ବ୍ରାହ୍ମଣୀ ନଦୀରେ ଭାସିଗଲେ ୨ ଯୁବକ, ଉଦ୍ଧାରକାର୍ଯ୍ୟ ଜାରି

Published By : Prameya-News7 Bureau | June 20, 2021 IST

ଯାଜପୁର, ୨୦/୦୬ :   ନଦୀରେ ଗାଧୋଉଥିଲେ । ଭାସିଗଲେ ୨ ଯୁବକ । ଯାଜପୁର ଜିଲ୍ଲା ବରୀ ବ୍ଲକ ସଂକରାକୁଳରେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ୨ ଜଣ ଯୁବକ ଭାସି ଯାଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। ନିଖୋଜ ଯୁବକଙ୍କ ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ, ରବିବାର ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ବାଲିଆର ମିଶ୍ର ସାହିର ୨ ଜଣ ଯୁବକ ନଦୀର ଗଭୀର ସ୍ରୋତରେ ଭାସି ଯାଇଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏହା ସହ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହୀନ ପହଁଚି ଉଦ୍ଧାର କାର୍ଯ୍ୟ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.