ନଦୀରେ ଗାଧୋଇବା ହେଲା କାଳ, ବୁଡିଯାଇ ଯୁବକ ମୃତ
29/03/2020 at 8:21 AM

ସାଲେପୁର ୨୯।୦୩ : କଟକ ଜିଲ୍ଲା କିଶନନଗର ଥାନା ମହାନଦୀ ପୋଲ ନିକଟରେ ଅଘଟଣ । ମହାନଦୀରେ ଗାଧୋଇବା ବେଳେ ବୁଡି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ କିଶନନଗର ଗାଁର ବିଶ୍ୱନାଥ ନନ୍ଦୀ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ରବିବାର ଦିନ ସକାଳ ସମୟରେ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ହଠାତ୍ ନଦୀରେ ଭାସିଯାଇ ନିଖୋଜ ହୋଇଯାଇଥିଲେ ବିଶ୍ୱନାଥ । ତେବେ ନଦୀରେ ନିଖୋଜ ହୋଇଯାଇଥିବା ଖବର ପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଖୋଜଖୋଜି ଆରମ୍ଭ କରିଥିଲେ । ତେବେ କିଛି ସମୟ ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।
Related Posts
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021