ନଦୀରେ ଭାସୁଛି ଯୁବକ ଓ ଯୁବତୀଙ୍କ ମୃତଦେହ !

Published By : Prameya-News7 Bureau | September 10, 2020 IST

ମାର୍ଶାଘାଇ ୧୦।୦୯: ଲୁଣା ନଦୀରେ ଭାସୁଛି ୨ଟି ମୃତଦେହ । କେନ୍ଦ୍ରାପଡ଼ା ଜିଲ୍ଲା କଳପଡ଼ା ପୋଲ ନିକଟରେ ୨ଟି ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଆଜି ସକାଳ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା କଳପଡ଼ା ପୋଲ ନିକଟରେ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକ ଦେଖିଥିଲେ । ଯାହା ପରେ ନଦୀରେ ମୃତଦେହ ଭାସୁଥିବାର ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଆଲୋଡନା ସୃଷ୍ଟି ହୋଇଯାଇଛି । ନଦୀରେ ଭାସୁଥିବାର ୨ଟି ମୃତଦେହ ଯଥାକ୍ରମେ ଜଣେ ଯୁବକ ଓ ଯୁବତୀଙ୍କର ହୋଇଥିବା ଜଣାପଡିଛି । ଯାହାକି ଏକ ଚିନ୍ତାର ବିଷୟ ପାଲଟଛି । ତେବେ ନଦୀରେ ୨ଟି ମତଦେହ ଆସିଲା କେଉଁଆଡୁ, ତାହା ବର୍ତ୍ତମାନ ସବୁଠୁ ଚିନ୍ତାର ବିଷୟ । କେଉଁଆଡୁ ଏହି ୨ଟି ମୃତଦେହ ଆସିଲା, ନା କିଏ ହତ୍ୟା କରି ଫିଙ୍ଗିଦେଇଛି , ନା ଆତ୍ମହତ୍ୟା କରିଛନ୍ତି । ଏପରି ଅନେକ ପ୍ରଶ୍ନ ସ୍ଥାନୀୟଲୋକଙ୍କ ମନରେ ଉଙ୍କି ମାରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.