Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ବନ୍ୟା ଜଳ ହ୍ରାସ ପରେ ନୂଆ ବିପଦ : ଧସୁଛି ନଦୀ ବନ୍ଧ, ଭୟରେ ଗ୍ରାମବାସୀ

1/06/2021 at 8:42 AM

ଭଦ୍ରକ, ୦୧/୦୬: ବନ୍ୟା ଜଳ ହ୍ରାସ ପରେ ନଦୀ ଗର୍ଭକୁ ଧସୁଛି ନଦୀ ବନ୍ଧ । ବୈତରଣୀ ନଦୀର ଶାଖା ନଦୀ  ଗେଙ୍ଗୁଟି ନଦୀର ୫୦ ଫୁଟରୁ ଉର୍ଦ୍ଧ୍ୱ  ନଦୀ ବନ୍ଧ ନଦୀ ଗର୍ଭକୁ ଧସିଛି । ବନ୍ଧ ଧସିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଦେଖାଦେଇଛି ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ କଣ୍ଟଦା ଠାରେ ବନ୍ୟା ଛାଡ଼ିବା ପରେ ଗେଙ୍ଗୁଟି ନଦୀର ପାଖାପାଖି ୫୦ ଫୁଟରୁ ଉର୍ଦ୍ଧ୍ବ ନଦୀବନ୍ଧ ନଦୀ ଭିତରକୁ ଧସି ଯାଇଛି । ସେହି ଭଳି ରମେଶ୍ଵରପୁର ମଳିକସାହିରେ ମଧ୍ୟ ଗେଙ୍ଗୁଟି ନଦୀର ବନ୍ଧ ପ୍ରାୟ ୧୦୦ଫୁଟ ଧସିଛି । ବାରମ୍ଵାର ଏଭଳି ନଦୀ ବନ୍ଧ ଧସୁଥିବା ବେଳେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ବନ୍ୟା ଜଳ ହ୍ରାସ ପାଇବା ପରେ ଏଭଳି ସମସ୍ୟା ଉପୁଜିଥିଵାରୁ ବନ୍ଧର ସ୍ଥାୟୀ ପ୍ରତିକାର ପାଇଁ ସାଧାରଣରେ ଦାବି ହୋଇଛି । ଆଗକୁ ମୌସୁମୀ ବର୍ଷା ଆସୁଥିବାରୁ ବନ୍ଧର ମରାମତି ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ଆବଶ୍ୟକ ।  ନହେଲେ ଏହା ଆଗକୁ ନଦୀ କୁଳିଆ ଗ୍ରାମବାସୀଙ୍କ ପାଇଁ ନିଶ୍ଚୟ ବିପଦ ପାଲଟିବ । ତେବେ ଅଧିକାଂଶ ସମୟରେ ନଦୀର ମୋଡ ସ୍ଥାନରେ ବନ୍ଧ ଧସୁଥିବା ଦେଖିବା ପାଇଁ ମିଳୁଛି । ନଦୀର ପାଣି ମୋଡ ସ୍ଥାନରେ ପ୍ରବଳ ବେଗରେ ମାଡ ହେଉଥିବାରୁ ନଦୀ ବନ୍ଧରେ ଫାଟ ସୃଷ୍ଟି ହେବା ସହ ବନ୍ଧ ଭାଙ୍ଗୁଛି  ।

   Related Posts