ଶ୍ରୀ କୃଷ୍ଣଙ୍କ ପ୍ରିୟ ମାର୍ଗଶିର ମାସ: ସୁଖ ପ୍ରାପ୍ତି ପାଇଁ ଶରୀରରେ ତୁଳସୀ ମାଟି ଲଗେଇ ନଦୀରେ ସ୍ନାନ କରନ୍ତୁ

Published By : Prameya-News7 Bureau | November 25, 2018 IST

ଭୁବନେଶ୍ୱର ୨୫/୧୧ : ହିନ୍ଦୁ ଧର୍ମ ଅନୁସାରେ ବର୍ଷର ନବମ ମାସ ହେଲା ମାର୍ଗଶିର ମାସ | ମାର୍ଗଶିର ମାସ ନଭେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ରହିବ | ପୁରାଣ ଅନୁଯାୟୀ, ମାର୍ଗଶିର ମାସରେ ବ୍ରତ ଆଦି କଲେ ଭଗବାନଙ୍କ କୃପା ମିଳିଥାଏ | ଏହି ମାସରେ ବ୍ରତ, ପୂଜା ଆଦି କଲେ ଭଗବାନ ଶ୍ରୀ କୃଷ୍ଣଙ୍କ କୃପା ପ୍ରାପ୍ତି ହୋଇଥାଏ | ମାର୍ଗଶିର ମାସରେ ନଦୀରେ ସ୍ନାନ କରିବାରେ ଭଗବାନଙ୍କ ମହିମା ରହିଛି | ଶାସ୍ତ୍ର ଅନୁସାରେ, ଯେତେବେଳେ ଗୋକୁଳରେ ଅସଂଖ୍ୟ ଗୋପୀ ଶ୍ରୀହରିଙ୍କୁ ପାଇବା ପାଇଁ ଦୟାନ କରୁଥିଲେ ସେତେବେଳେ ଭଗବାନ ଶ୍ରୀ କୃଷ୍ଣ ମାର୍ଗଶିର ମାସରେ ବିଧି ମୁତାବକ ନଦୀରେ ସ୍ନାନ କରିବା ପାଇଁ କହିଥିଲେ | ପ୍ରତିଦିନ ପ୍ରାତଃ ସମୟରେ ନଦୀରେ ସ୍ନାନ କରି ଇଷ୍ଟ ଦେବତାଙ୍କୁ ପ୍ରଣାମ କରିବା ପାଇଁ ଉପଦେଶ ଦେଇଥିଲେ | ମାର୍ଗଶିର ମାସରେ ନଦୀରେ ସ୍ନାନ କରିବା ପୂର୍ବରୁ ତୁଳସୀ ଗଛର ମାଟି ଶରୀରରେ ଲଗାଇ ସ୍ନାନ କରିବା ଉଚିତ | ସ୍ନାନ ସମୟରେ ଓଁ ନମଃ ନାରାୟଣାୟ କିମ୍ବା ଗାୟତ୍ରୀ ମନ୍ତ୍ର ଜପ କରିବା ଉଚିତ | ଏହାର ଅନ୍ୟାନ୍ୟ ମହତ୍ୱ ମଧ୍ୟ ରହିଛି | ମାର୍ଗଶିର ମାସରେ କୌଣସି ଶ୍ରଦ୍ଧାଳୁ ବ୍ରହ୍ମ ମୁହୂର୍ତ୍ତରେ ୩ ଦିନ ଯାଏଁ କୌଣସି ପବିତ୍ର ନଦୀରେ ସ୍ନାନ କଲେ ସମସ୍ତ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ | ସ୍ନାନ ପରେ ଇଷ୍ଟ ଦେବା ଦେବୀଙ୍କୁ ପ୍ରଣାମ କରିବା ଉଚିତ | ଏହା ପରେ ବିଧି ମୁତାବକ ଗାୟତ୍ରୀ ମନ୍ତ୍ର ଜପ କରିବେ | ସ୍ତ୍ରୀମାନେ ଏହି ସ୍ନାନ କଲେ ସ୍ୱମୀଙ୍କ ସ୍ୱାସ୍ଥ୍ୟ ଭଲ ରହେ ଏବଂ ସ୍ୱାମୀ ଦୀର୍ଘାୟୁ ହୋଇଥାନ୍ତି | ମାର୍ଗଶିର ମାସରେ ଗଣେଶ ଭଗବାନଙ୍କ ପୂଜା ମଧ୍ୟ କରାଯାଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.