ବ୍ରାହ୍ମଣୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ମୃତ

Published By : Prameya-News7 Bureau | September 03, 2020 IST

ଅନୁଗୁଳ ୦୩।୦୯: ତାଲଚେର ସମଲ ନିଟକସ୍ଥ ବ୍ରାହ୍ମଣୀ ନଦୀରେ ଅଘଟଣ ଘଟିଛି । ବ୍ରାହ୍ମଣୀର ପ୍ରଖର ସ୍ରୋତରେ ଭାସିଯାଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ନବିନା ନାଏକ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ପ୍ରତିଦିନ ପରି ସେ ନଦୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ  ବ୍ରାହ୍ମଣୀ ନଦୀର ସ୍ରୋତରେ ତାଙ୍କର ପାଦ ଖସି ଯାଇଥିଲା । ତେଣୁ ସେ ନଦୀରେ ବୁଡିଯାଇଥିଲେ । ସ୍ଥାନୀୟ ଲୋକ ଦମକଳ ବାହିନୀକୁ ଖବର ଦେଇଥିଲେ। ବହୁ ଖୋଜାଖୋଜି ପରେ ଶେଷରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି। ସମଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। କେଉଁ ପରିସ୍ଥିତିରେ ସେ ବୁଡ଼ିଗଲେ ତାର ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.