ହଠାତ୍‌ ମାଡିଆସିଲା ପାଣି, ବୈତରଣୀରେ ବୁଡିଗଲା ୬ ବାଲି ହାଇଓ୍ୱା

Published By : Prameya-News7 Bureau | May 23, 2020 IST

ଭଦ୍ରକ ୨୩।୦୫ : ନଦୀକୁ ଯାଇଥିଲେ ବାଲି ପାଇଁ, କିନ୍ତୁ ବୁଲିଗଲେ ହାଇଓ୍ୱା । ବୈତରଣୀ ନଦୀରେ ବୁଡିଗଲା ୬ଟି ହାଇୱା । ପାଣି ବଢ଼ୁଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି ।

{"id":274620,"sizeSlug":"large"}

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଆଖୁଆପଦା ବାଲି ଖାଦାନ ରୁ ଏହି ହାଇୱା ଗୁଡିକ ବାଲି ନେଇଥାନ୍ତି । ନଦୀ ପଠା ଶୁଖିଲା ଥିବାରୁ ହାଇୱା ଗୁଡିକ ଖାଦାନ ଭିତରେ ରହିଥିଲେ । କିନ୍ତୁ ହଠାତ୍‌ ବୈତରଣୀ ନଦୀରେ ପାଣି ବଢ଼ିଯିବାରୁ ଗାଡି ଗୁଡିକ ବୁଡିଯାଇଛି ।

{"id":274621,"sizeSlug":"large"}

ସୌଭାଗ୍ୟବଶତଃ ଡ୍ରାଇଭର ମାନେ ଜୀବନ ବିକଳରେ ଗାଡି ଗୁଡିକ ଛାଡି ଦୌଡ଼ି ବାହାରି ଆସିଥିଲେ । ବାତ୍ୟା ପ୍ରଭାବରେ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିଲା । ସେହି ବର୍ଷା ପାଣି ଗଡି ଆଖୁଆପଦା ରେ ପହଞ୍ଚିବାକୁ ସମୟ ଲାଗିଥାଏ । ସେହି ବର୍ଷା ପାଣି ବଢ଼ି ଥିବାରୁ ନଦୀ ର ଜଳସ୍ତର ବଢ଼ିବାରେ ଲାଗିଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.