Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଜଣଙ୍କୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଗଲେ ୫ ସାଙ୍ଗ, ସମସ୍ତଙ୍କ ମୃତଦେହ ଉଦ୍ଧାର

29/10/2020 at 9:24 AM

ଅମରାବତି ୨୯।୧୦: ପଶ୍ଚିମ ଗୋଦାବରୀ ଜିଲ୍ଲା ବସଂଥଓ୍ୱାଡ଼ା ଗାଁ ନିକଟରେ ଡଙ୍ଗା ବୁଡି ୬ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ସମସ୍ତ ଛାତ୍ର ଭୁଦେବପତି ଗାଁର ବାସିନ୍ଦା ବୋଲି ଜଣାପଡିଛି । ସେମାନଙ୍କ ବୟସ ପ୍ରାୟ ୧୬ରୁ ୧୮ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, କୂଳରେ ନଦୀର ଗଭୀରତା ପ୍ରାୟ ୨ଫୁଟ ରହିଥାଏ, କିନ୍ତ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ , କୂଳରେ ୧୦ଫୁଟ ପାଣି ଚାଲିଛି । ତେବେ କୌଣସି କାରଣର ସମସ୍ତ ଛାତ୍ର ନଦୀଭିତରକୁ ଯାଇଥିଲେ । ଜଣେ ଛାତ୍ର ବୁଡିବା ଦେଖି ଅନ୍ୟ ଛାତ୍ରମାନେ ତାକୁ ଉଦ୍ଧାର କରିବାକୁ ଯାଇ ଫସିଯାଇଥିଲେ । ଦେଖୁ ଦେଖୁ ସମସ୍ତ ଛାତ୍ର ବୁଡିଯାଇଥିଲେ । ତେବେ କିଛି ଛାତ୍ର ପହଁରିକି କୂଳକୁ ଆସିଥିବା ବେଳେ ଆଉ କିଛି ଛାତ୍ର ନଦୀରେ ପାଣି ଅଧିକ ଥିବାରୁ ବୁଡିଯାଇଥିଲେ । ଦେଖୁ ଦେଖୁ ୫ ଜଣ ଛାତ୍ର ବୁଡିଯାଇଥିଲେ ।

ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ସମସ୍ତଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ମୃତକମାନେ ହେଲେ ମନୋଜ (୧୬), କୋନବରାୟୁ ରାଧାକୃଷ୍ଣ (୧୬), କର୍ଣ୍ଣାନି ରଞ୍ଜିତ (୧୬), ଶୀରାମୁଳା ଶିବାଜୀ (୧୭),ଗଙ୍ଗାଧର (୧୭), ଆର୍‌ ଧୁବନ (୧୮) ବୋଲି ଜଣାପଡିଛି । ପୋଲିସ ମୃତଦେହକୁ ଜବତ କରି ମାମଲାର ଛାନ୍‌ଭିନ୍‌ ଜାରି ରଖିଛି ।

   Related Posts