ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ: ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ୍

Published By : Prameya-News7 Bureau | November 07, 2020 IST

ହିଞ୍ଜିଳି୭/୧୧: ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ। ହିଞ୍ଜିଳି ଥାନା ଚଷା ପିତ୍ତଳ ଗ୍ରାମର ଜଣେ ବୃଦ୍ଧ ଗ୍ରାମ ଶନିବାର ଅପରାହ୍ନରେ ନିକଟସ୍ଥ ଋଷିକୂଲ୍ୟା ନଦୀକୁ ଗାଧୋଇବାକୁ ଯାଇ ନଦୀରେ ଭାସି ଯାଇଥିଲେ। ଗ୍ରାମ ହାଟପଦା ନିକଟସ୍ଥ ନଦୀ କୂଳରେ ବୃଦ୍ଧଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ।

ମୃତକ ହେଲେ ହିଞ୍ଜିଳି ଥାନା ଚଷା ପିତ୍ତଳ ଗ୍ରାମର କାଶୀନାଥ ଗୈାଡ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କ ମୃତ ଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ୩୧/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.