ନଦୀରେ ଗାଧୋଇବା ହେଲା କାଳ, ଗଭୀର ପାଣିରେ ବୁଡିଯାଇ ନାବାଳକର ମୃତ୍ୟୁ

Published By : Prameya-News7 Bureau | March 12, 2020 IST

ଯାଜପୁର୧୨।୦୩ : ନଦୀରେ ବୁଡିଯାଇ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତକ ରିଚଞ୍ଜିବ ପରିଡା । ଏବଂ ସେ ଓଡଙ୍ଗ ଗାଁର ବୋଲି ଜଣାପଡିଛି । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟି ନିକଟରେ ଥିବା ବ୍ରାହ୍ମଣୀ ନଦୀରେ ଘଟିଛି ଅଘଟଣ ।  

{"id":237091,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ଓଡଙ୍ଗ ଗ୍ରାମର କୁଳମଣି ପରିଡାଙ୍କ ପୁଅ ଚିରଞ୍ଜିବି ପରିଡା   ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗୋଧେଇବାକୁ ଯାଇଥିଲେ । କିନ୍ତୁ ଗାଧୋଇବା ସମୟରେ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ ରାଜୀବ । ଯାହାଫଳରେ ସେ ପାଣିରେ ବୁଡି ଯାଇଥିଲେ । ଦୀର୍ଘ ଏକ ଘଣ୍ଟା ଧରି ଗ୍ରାମବାସୀ ମାନେ ଖୋଜାଖୋଜି କରି ପାଇବା ପରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଚିରଞ୍ଜିବଙ୍କ ବୟସ ୧୩ । ଏବଂ ୮ମ ଶ୍ରେଣୀରେ ପାଠ ପଢ଼ୁଥିବାର ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.