ନଦୀରେ ଭାସୁଛି କୁମ୍ଭୀର, ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ: ବୈତରଣୀ ନଦୀରୁ ଉଠି ଆସିଥିବା ସନ୍ଦେହ

Published By : Prameya-News7 Bureau | November 01, 2020 IST

ଭଦ୍ରକ୧/୧୧: ନଦୀରେ ଭାସୁଛି କୁମ୍ଭୀର। ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ। ଭଦ୍ରକ ଜିଲ୍ଲା କାଶିମପୁର ଓ ହଟନଗର ଗାଁରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ବୋଡ଼କ ପଞ୍ଚାୟତର ହଟନଗର ଓ କାଶିମପୁର ପଂଚାୟତ ମଧ୍ୟରେ ପ୍ରବାହିତ ହୋଇଥିବା ରେବ ନଦୀରେ କୁମ୍ଭୀର ଭାସୁଥିବା ଦେଖିଥିଲେ ଗ୍ରାମବାସୀ। ପରେ କଥା ଖେଳିଯିବା ପରେ ଗାଁରେ ଭୟର ବାତାବରଣ ଦେଖାଦେଇଛି । ତେବେ ରେବ ଓ କପାଳି ନଦୀର ମିଶ୍ରଣ ହୋଇଥିବା ସ୍ଥାନରେ କୁମ୍ଭୀରଟି ଭାସୁଛି । ତେବେ ବୈତରଣୀ ନଦୀରୁ କୁମ୍ଭୀର ଉଠି ଆସିଥିବା ସନ୍ଦେହ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.