Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ମହାନଦୀକୁ ଡେଇଁଲେ ମାନସିକ ବିକୃତ, ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ

26/09/2021 at 10:50 AM

କଟକ ୨୬।୦୯: ମହାନଦୀକୁ ଡେଇଁ ପଡିଲେ ମାନସୀକ ବିକୃତ ବ୍ୟକ୍ତି । କଟକ ଶିଖରପୁର ନିକଟ ମହାନଦୀ ବ୍ରିଜରୁ ନଦୀକୁ ଡେଇଁ ପଡିଲେ ବ୍ୟକ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମାନସୀକ ବିକୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଛି। ତେବେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଘଟଣାସ୍ଥଳରେ ଚାଉଳିଆଗଞ୍ଜ  ପୋଲିସ ପହଁଚିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ, ଆଜି ସକାଳ ସମୟରେ ଜଣେ ମାନସିକ ବିକୃତ ବ୍ୟକ୍ତି ହଠାତ୍‌ ମହାନଦୀକୁ ଡେଇଁପଡିଲେ । କିଛି ଲୋକେ ଏହାକୁ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବରପାଇ  ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ବର୍ଷା ଲାଗି ଉଦ୍ଧାର କାର୍ଯ୍ୟ ହୋଇପାରୁନାହିଁ । ତେବେ ସେହି ବ୍ୟକ୍ତି ଜଣଙ୍କ ବିଜେବି କଲେଜରେ ଲାବୋରାଟୋରୀ ଆସିଷ୍ଟାଣ୍ଟ୍ ଦେବାଶିଷ ଦାସ ବୋଲି ଜଣା ପଡିଛି । ସେ ଭୁବନେଶ୍ୱରରେ ରୁହନ୍ତି ।

ଦେବାଶିଷଙ୍କ ଘର ଜଗତସିଂହପୁରରେ । ସେ ଜଣେ ଜଣାଶୁଣା କେମିଷ୍ଟ୍ରି ଟ୍ୟୁଟର ମଧ୍ୟ ଥିଲେ । ତାଙ୍କ ପୁତ୍ର ଆର୍ଯ୍ୟନ ଦାସ ଇଣ୍ଡିଆନ ଆଇଡଲ ଟପ୍ ୧୦ରେ ରହିଥିଲେ । ତେବେ ସେ କଣ ପାଇଁ ପାଣିକୁ ଡେଇଁଲେ ସ୍ପଷ୍ଟ ହୋଇପାରି ନାହିଁ । ସେ ମାନସିକ ଚାପରେ ରହୁଥିଲେ ନା ନାହିଁ ସେନେଇ ମଧ୍ୟ କୌଣସି ତଥ୍ୟ ମିଳିପାରି ନାହିଁ ।

   Related Posts