ବ୍ରିଜ୍‌ ଉପରେ ରଖିଲେ ସ୍କୁଟି, କାଠଯୋଡ଼ିକୁ ନଦୀକୁ ଡେଇଁଲେ ଯୁବକ...

Published By : Prameya-News7 Bureau | October 20, 2021 IST

କଟକ ୨୦।୧୦: କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ । ଏବେ ଯାଏଁ ଯୁବକ ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି । ଯୁବକ ଜଣଙ୍କ ଭୁବନେଶ୍ୱର ବୋଲି ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, ଆଜି ସକାଳ ସମୟରେ ଯୁବକ ଜଣଙ୍କ ସ୍କୁଟିରେ ଆସିଥିଲେ । ହଠାତ୍‌ କାଠଯୋଡ଼ି ବ୍ରିଜ୍‌ ଉପରେ ସ୍କୁଟି ରଖି ନଦୀକୁ ଡେଇଁପଡିଥିଲେ । ନିକଟରେ ଯାଉଥିବା ସ୍ଥାନୀୟଲୋକ କିଛି କହିବା ପୂର୍ବରୁ ଯୁବକ ଜଣଙ୍କ ନଦୀକୁ ଡେଇଁପଡିଛନ୍ତି । ତେବେ ନଦୀକୁ ଡେଇଁଥିବା ଯୁବକଙ୍କ ଘର ଭୁବନେଶ୍ୱର ଖାରବେଳ ନଗରର ବୋଲି ସୂଚନା ମିଳିଛି । ଅଘଟଣ ସଂପର୍କରେ ଖବର ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ହେବେ ଏବେ ଯାଏଁ ଯୁବକ ଜଣଙ୍କ ନଦୀକୁ କଣ ପାଇଁ ଡେଇଁଲେ, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.