Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ନଦୀକୁ ଡେଇଁ ଠିକାଦର ନିଖୋଜ : ନଦୀବନ୍ଧରେ ପଡିଛି ସ୍କୁଟି ଓ ସୁଇସାଇଡ଼ ନୋଟ୍ , ୩ ଜଣଙ୍କୁ ଦାୟୀ କରିଛନ୍ତି ମନୋରଞ୍ଜନ

12/09/2020 at 1:57 PM

ଜଗତସିଂହପୁର ୧୨।୦୯: ମହାନଦୀକୁ ଡେଇଁ ଠିକାଦାର ନିଖୋଜ । ଜଗତସିଂହପୁର ଜିଲ୍ଲା ତାରପୁର ନିକଟରେ ଥିବା ମହାନଦୀକୁ ଡେଇଁ ଠିକାଦାର ନିଖୋଜ ହୋଇଛନ୍ତି । ନିଖୋଜ ଠିକାଦାରଙ୍କ ନାମ ମନୋରଞ୍ଜନ ରାଉତ ବୋଲି ଜଣାପଡିଛି । ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଜଗତସିଂହପୁର ଥାନା ଅଳସୁଧା ନିପୁର ଗାଁର ମନୋରଞ୍ଜନ ରାଉତ ମହାନଦୀକୁ ଡେଇଁ ନିଖୋଜ ହୋଇଯାଇଛନ୍ତି । ନଦୀବନ୍ଧରେ ଏକ ସ୍କୁଟି ଓ ସୁଇସାଇଡ଼ ନୋଟ ପଡିଥିବାର ଦେଖିବାକୁ ମିଳିଛି । ତେବେ ନଦୀବନ୍ଧରୁ ମିଳିଥିବା ସୁଇସାଇଡ଼ ନୋଟରେ ସେ ତିନିଜଣଙ୍କ ଦାୟୀ କରିଛନ୍ତି ସୂଚନା ମିଳିଛି । ସେହିପରି ନଦୀକୁ ଡେଇଁଥିବା ଖବର ପାଇ ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଜାରି ରଖିଛି । ତେବେ କଣ ପାଇଁ ନଦୀବନ୍ଧରୁ ଡେଇଁଲେ ? ନଦୀକୁ ଡେଇଁବା ପଛର କାରଣ କଣ ? ଆଦି ଅନେକ ପ୍ରଶ୍ନ ସ୍ଥାନୀୟଲୋକଙ୍କ ମନରେ ଉଙ୍କି ମାରୁଛି । ପୋଲିସର ତଦନ୍ତରୁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ। କାହା ଚାପରେ ପଡି ସେ ମହାନଦୀକୁ ଡଇଁଛନ୍ତି ନା ଆଉ କଣ କାରଣ । ତାହା ତଦନ୍ତରୁ ଜଣାପଡିବ ।

   Related Posts