ଧସିଲା ପୁଣି ନଦୀ ବନ୍ଧ, ଭୟରେ ସ୍ଥାନୀୟ ଲୋକେ

Published By : Prameya-News7 Bureau | September 01, 2020 IST

ଭଦ୍ରକ ୦୧।୦୯: ନଦୀ ଗର୍ଭକୁ ପୁଣି ଧସିଲା ବନ୍ଧ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ  ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ମଳିକସାହି ନିକଟରେ ଗେଙ୍ଗୁଟି  ନଦୀର  ବନ୍ଧ ନଦୀ ଗର୍ଭକୁ ଧସିଯାଇଛି । ଏପରିକି ମଳିକ ସାହି ନିକଟରେ ନଦୀ ବନ୍ଧର ବିଭିନ୍ନ ସ୍ଥାନରେ ଫାଟ ଦେଖିବାକୁ ମିଳିଛି । 

କିଛିଦିନ ପୂର୍ବରୁ ସମାନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା । ଲଗାଣ ବର୍ଷାରେ ପଥର ପ୍ୟାକିଙ୍ଗ ମଧ୍ୟ ଧସିଥିଲା, ପରେ ବନ୍ୟା ଜଳ ଗେଙ୍ଗୁଟିରେ ପ୍ରବାହିତ ହେବା ବେଳେ ଫାଟ ବଢିଯାଇଥିଲା । ନଦୀରେ ଜଳସ୍ଥର କମିବା ପରେ ପୁଣି ଧସିଛି ବନ୍ଧ । ବନ୍ଧର ତଳିଆ ଅଞ୍ଚଳର ମାଟି ଧୋଇଯାଇଥିବାରୁ ପ୍ରାୟ ୩୦ ଫୁଟ ବନ୍ଧ ଧସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.