Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଦିଦିଙ୍କୁ ନଡ୍ଡାଙ୍କ ଟାର୍ଗେଟ୍ : କହିଲେ, ‘ଆହତ ହେବା ଘଟଣାରେ ବାରମ୍ବାର ବୟାନ ବଦଳାଉଛନ୍ତି ମମତା ବାନାର୍ଜୀ’

12/03/2021 at 9:35 PM

ଚେନ୍ନାଇ ୧୨/୦୩ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗରେ ଟିଏମସିକୁ ହରାଇବାକୁ ଦୃଢତାର ସହ କହିଛନ୍ତି । ଏହା ସହିତ ମମତା ବାନାର୍ଜୀଙ୍କ ଗୋଡରେ ଆଘାତ ଲାଗିବା ନେଇ ନଡ୍ଡା କହିଛନ୍ତି, ଟିଏମସି ସୁପ୍ରିମୋ ବାରମ୍ବାର ନିଜର ବୟାନ ବଦଳାଉଛନ୍ତି । ମମତା ବାନାର୍ଜୀ ଖୁବ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି କହିଛନ୍ତି ଜେପି ନଡ୍ଡା ।

ଏହା ସହ ନଡ୍ଡା ଆହୁରି ମଧ୍ୟ କହିଛନ୍ତି ଯେ, ‘ଦିଦି ସୁସ୍ଥ ହୋଇଯାଆନ୍ତୁ କିନ୍ତୁ ସେ ଆହତ ଘଟଣାକୁ ନେଇ ବାରମ୍ବାର ବୟାନ ବଦଳାଇଛନ୍ତି । ଘଟଣା ଦିନ ମମତା ବାନାର୍ଜୀ ଗୋଟିଏ କଥା କହିଥିଲେ କିନ୍ତୁ ଠିକ୍‌ ୨ ଦିନ ପରେ ସେ ତାଙ୍କର ବୟାନ ବଦଳାଇଦେଲେ । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି । ନିର୍ବାଚନ ଆୟୋଗଙ୍କର ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ।’  

ପଶ୍ଚିମବଙ୍ଗରେ ଜନତା ଏଥର କଡା ଜବାବ ଦେବେ ବୋଲି ନଡ୍ଡା କହିଛନ୍ତି । ବିଜେପି ଅଧ୍ୟକ୍ଷ କହିଛନ୍ତି, ବେଙ୍ଗଲରେ ଜାରି ରହିଥିବା ଭ୍ରଷ୍ଟାଚାର, ହିଂସା ଏବଂ ଅସହିଷ୍ଣୃତାର ଜବାବ ଦେବେ ଜନତା । ବିଜେପି ପୂର୍ଣ୍ଣ ବହୁମତ ସହିତ ସରକାର ଗଢିବ ।  ତାମିଲନାଡୁରେ ଏନଡିଏ ମେଣ୍ଟ ସରକାର ଗଢିବ ବୋଲି ନଡ୍ଡା କହିଛନ୍ତି । ଏହା ସହିତ ପୁଡୁଚେରୀରେ ମଧ୍ୟ ବିଜେପି ଏକାକୀ ସରକାର ଗଢିବ ଏବଂ କେରଳରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଜେପି. ନଡ୍ଡା କହିଛନ୍ତି ।

   Related Posts