Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

‘ଦେଶ ସ୍ବାଧୀନ ହେବା ସମୟରେ ଏଭଳି ଘଟଣା ଘଟିଥିଲା ଯାହାକି ଏବେ ପୁଣି ବେଙ୍ଗଲରେ ଦେଖିବାକୁ ମିଳୁଛି’ : ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା

4/05/2021 at 4:21 PM

କୋଲକାତା ୦୪/୦୫ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ଟିଏମସି କାର୍ଯ୍ୟକର୍ତ୍ତାମାନେ ବିଜେପି କର୍ମୀଙ୍କୁ ଅତ୍ୟାକରିଥିବା ଅଭିଯୋଗ ହୋଇଛି । ଏହାରି ମଧ୍ୟରେ ମୃତକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପରିବାରକୁ ଭେଟିବାକୁ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । କୋଲକାତାରେ ପହଞ୍ଚିବା ପରେ ମମତା ବାନାର୍ଜୀ ଏବଂ ତୃଣମୂଳ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି ନଡ୍ଡା ।  

ନଡ୍ଡା କହିଛନ୍ତି, ‘ସ୍ବାଧୀନ ଭାରତରେ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଏଭଳି ଅସହିଷ୍ଣୁତା ଦେଖିବାକୁ ମିଳୁଛି । ଭାରତ ବିଭାଜନ ସମୟରେ ଯେଉଁଭଳି ଘଟଣା ଘଟିଥିଲା ଏବେ ପଶ୍ଚିମବଙ୍ଗରେ ତାହା ଦେଖିବାକୁ ମିଳୁଛି । ଏହାର ଜବାବ ଲୋକତାନ୍ତ୍ରିକ ପ୍ରକ୍ରିୟାରେ ଦିଆଯିବ।’

ପଶ୍ଚିମବଙ୍ଗରେ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ହୋଇଥିବା ହିଂସା ବିରୋଧରେ ବିଜେପି ମେ ୫ରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ବିରୋଧ ପ୍ରଦର୍ଶନ ସମୟରେ କୋଭିଡ୍ ପ୍ରଟୋକଲ ପାଳନ କରାଯିବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ପ୍ରଦର୍ଶନରେ ବିଜେପିର ସମସ୍ତ ମଣ୍ଡଳ ସଂଗଠନ ଯୋଗ ଦେବେ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳର ଗୋଟିଏ ଦିନ ପରେ ରାଜ୍ୟରେ ସୋମବାର ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ଏଥିରେ ପୋଡାଜୋଳା ସହ ଦୋକାନରେ ଲୁଟ୍‌ପାଟ୍ ହୋଇଥିଲା । ଏଥିରେ ଅନେକ  ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ଘଟିଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ବିରୋଧୀ କାର୍ଯ୍ୟକର୍ତ୍ତାଙ୍କ ଉପରେ ହୋଇଥିବା ରାଜନୈତିକ ଉଦ୍ଦେଶ୍ୟ ଆକ୍ରମଣର ରିପୋର୍ଟ ତଲବ କାର କରିଛନ୍ତି ।

   Related Posts