ଚାଲ୍‌ବାଜି କରି ଫସିଲେ ଜ୍ୟାଭେଲିନ୍ ଥ୍ରୋ ଖେଳାଳି: ଡୋପ ଟେଷ୍ଟକୁ ନିଜ ନଯାଇ ପଠାଇଥିଲେ ଡମି, ୪ବର୍ଷ ବାସନ୍ଦ କଲା NADA

Published By : Prameya-News7 Bureau | February 18, 2020 IST

ନୂଆଦିଲ୍ଲୀ ୧୮।୦୨: ନ୍ୟାସନାଲ  ଆଣ୍ଟି ଡୋପିଂଗ୍ ଏଜେନ୍ସୀ (NADA) ପକ୍ଷରୁ ସୋମବାର ଦିନ ଜ୍ୟାଭେଲିନ୍‌ ଥ୍ରୋ ଖେଳାଳି ଅମିତ ଦାହିଆଙ୍କ ଉପରେ ନିଲମ୍ବନ ଲଗାଇଛନ୍ତି ।  NADA ଅନୁଶାସନ ପ୍ୟାନେଲ୍‌ ଅମିତଙ୍କ ଉପରେ ଚାରି ବର୍ଷ ପାଇଁ ବ୍ୟାନ୍ ଲଗାଇଛନ୍ତି । ଅମିତ ଗତ ବର୍ଷ ରାଷ୍ଟ୍ରୀୟ ଓପନ ଚ୍ୟାମ୍ପିଆନସିପ୍‌ରେ ନିଜର ଡୋପ ଟେଷ୍ଟ ଦେବା ବଦଳରେ ଅନ୍ୟଜଣଙ୍କୁ ପଠାଇଥିବା ଅଭିଯୋଗରେ ବ୍ୟାନ୍‌ କରିଛି NADA ।

{"id":226011,"width":573,"height":430,"sizeSlug":"large"}

ହରିୟାଣାର ସୋନିପତରେ ୧୬ ଅପ୍ରେଲ ୨୦୧୯ରେ ଜାତୀୟ ଜ୍ୟାଭେଲିନ୍ ଥ୍ରୋ ଓପନ ଚାମ୍ପିଆନସିପ୍‌ରେ ଭାଗ ନେଇଥିଲେ ଅମିତ । ଏହ ପ୍ରତିଯୋଗିତରେ ଦାହିଆ ୬୮.୨୧ମିଟର ଜ୍ୟାଭେଲିନ୍‌ ପକାଇ ତୃତୀୟ ସ୍ଥାନରେ ରହିଥିଲେ  । ଏହା ପରେ NADA ଅଧିକାରୀମାନେ ଅମିତଙ୍କୁ ଡୋପ୍‌ ଟେଷ୍ଟ ପାଇଁ ନିଜ ନମୁନା ଦେବାକୁ କହିଥିଲେ । କିନ୍ତୁ ଅମିତ ନିଜ ଜାଗାରେ ଅନ୍ୟ ଜଣଙ୍କ ନମୁନା ଦେବା ପାଇଁ ପଠାଇ ଦେଇଥିଲେ । ଚମ୍ପିଆନସିପ୍‌ରେ ସମସ୍ତ ଖେଳାଳିଙ୍କ ଡୋପ ନମୁନା ସଂଗ୍ରହ କରାଯାଇ ଏକାଠି ରଖାଯାଇଥିଲା । କିନ୍ତୁ ନାଡାର ଜଣେ ଅଧିକାରୀଙ୍କୁ ଜଣାପଡିଥିଲା ଯେ, ନମୁନା ଦେବା ପାଇଁ ଆସିଥିବା ବ୍ୟକ୍ତି କାଂସ୍ୟ ପଦକ ବିଜେତା ନୁହେଁ । ସେହି ସମୟରେ ଟେଷ୍ଟ ପାଇଁ ଆସିଥିବା ବ୍ୟକ୍ତି ଘଟଣା ସମ୍ପର୍କରେ ଜାଣିପାରିଥିଲା । ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ଅମିତ ଦାହିଆଙ୍କ ମାମଲାକୁ ନାଡା ୯ଜାନୁଆରୀ ୨୦୨୦ରେ ADDP କମିଟିକୁ ପଠାଇଥିଲା । କମିଟି ତଦନ୍ତ କରି ଚାରି ବର୍ଷ ପାଇଁ ନିଲମ୍ବିତ କରିଛି । ତେବେ ନାଡା ପକ୍ଷରୁ ଅମିତଙ୍କ ନିଲମ୍ବନ ନେଇ କୁହାଯାଇଛି ଯେ, ଅମିତ ଜାଣିଶୁଣି ଅଧିକାରୀଙ୍କୁ ଧୋକ୍କା ଦେବା । ଏବଂ ନିଜ ଜାଗାରେ ଅନ୍ୟକୁ ପଠାଇବା କାର୍ଯ୍ୟରେ ଦୋଷୀ ମିଳିଥିବାରୁ ନିଲମ୍ବନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.