ଚାନ୍ଦବାଲି ଏନ୍‌ଏସି ୫ ଦିନ ପାଇଁ ସଟଡାଉନ୍‌

Published By : Prameya-News7 Bureau | August 11, 2020 IST

ଭଦ୍ରକ୧୧/୮: ଚାନ୍ଦବାଲି ଏନ୍‌ଏସି  ୫ ଦିନ ପାଇଁ ସମ୍ପୂର୍ଣ୍ଣ ସଟଡାଉନ୍। ଆସନ୍ତା ୧୨ ତାରିଖରୁ ସକାଳ ୬ଟାରୁ ୧୭  ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ସଟଡାଉନ୍ କଟକଣା ବଳବତ୍ତର ରହିବ। ଚାନ୍ଦବାଲି ଏନ ଏ ସି ଅନ୍ତର୍ଗତ ପାଞ୍ଚପଡାରୁ ୩ ସଂକ୍ରମିତ ଚିହ୍ନଟ ପରେ ଜିଲ୍ଲାପାଳ ସଟଡାଉନ କଟକଣା ଜାରି କରିଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ହୋମ୍ ଡେଲିଭରି ହେବ ଏବଂ ବ୍ୟାଙ୍କ ଓ ଟେଲିକମ ସେବା ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଚାଲିବ ।

 ସେହିପରି ବାସୁଦେବପୁର ବ୍ଲକ ଅଫିସ ସଟଡାଉନ କରାଯାଇଛି।ଆସନ୍ତା ୧୧ ତାରିଖ ଏବଂ ୧୨ ତାରିଖ ସଟଡାଉନ ଘୋଷଣା କରାଯାଇଛି। ବାସୁଦେବପୁର ଗୋଷ୍ଠି ଉନ୍ନୟନ ଅଧିକାରୀ କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ । ସାନିଟାଇଜେସନ ପାଇଁ ଦୁଇ ଦିନ ସଟଡାଉନ ଘୋଷଣା କରାଯାଇଛି । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.