Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଦୀର୍ଘ ୫ ବର୍ଷ ଧରି ନିଖୋଜ ଥିବା ମାନସିକ ବିକୃତ ତାମିଲ ବ୍ୟକ୍ତିଙ୍କୁ ତାଙ୍କ ଘର ତାମିଲନାଡୁ ପଠାଇବାରେ ସହାୟତା କଲେ ସ୍ଥାନୀୟ ଯୁବକ, ଜାଣନ୍ତୁ ନିଖୋଜର ପୂରା କାହାଣୀ

2/02/2019 at 7:11 PM

ନବରଙ୍ଗପୁର ୨|୨ : ମାନବ ସେବା ହିଁ ମାଧବ ସେବା । ନବରଙ୍ଗପୁର ଇନ୍ଦ୍ରାବତୀ ସହରର କିଛି ଯୁବକ ଏମିତି ଏକ ମହତ କାର୍ଯ୍ୟ କରିଛନ୍ତି । ଦୀର୍ଘ ୫ ବର୍ଷ ଧରି ନିଖୋଜ ଥିବା ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କୁ ତାଙ୍କ  ଘର ତାମିଲନାଡୁ ପଠାଇବାରେ ସହାୟତା କରିଛନ୍ତି ଏହି ଯୁବକମାନେ ।    

ରାସ୍ତା କଡ଼ରେ ଅସହାୟ ମଣିଷ । ମୁଣ୍ଡରେ ଜଟ, ଲମ୍ବା ଧାଡ଼ି ।ଦେହରେ ଛିଣ୍ଡା ପୋଷାକ । କେବେଠାରୁ ପେଟରେ ଦାନା ପଡ଼ିନି । ସିଏ କଣ କହୁଛନ୍ତି ସ୍ଥାନୀୟ ଲୋକେ କିଛି ବୁଝିପାରୁ ନାହାଁନ୍ତି, କି ସ୍ଥାନୀୟ ଲୋକେ କଣ ପଚାରୁଛନ୍ତି ସିଏ ମଧ୍ୟ ବୁଝିପାରୁନାହାଁନ୍ତି । କେବଳ ଏତିକି ବୁଝି ହେଉଛି ସେ ଅସହାୟ । ନବରଙ୍ଗପୁର ଇନ୍ଦ୍ରାବତୀ ଡ୍ୟାମ ନିକଟରେ ରାସ୍ତା କଡ଼ରେ ଏହି ବ୍ୟକ୍ତିଙ୍କୁ ଦେଖିଥିଲେ ସ୍ଥାନୀୟ ଅଞ୍ଚଳର ସମୀର ହରିଜନ ।

ଶୀତ କାକରରେ ପଡ଼ିଥିବା ଲୋକଟିକୁ ସେ ସାଥିରେ ନେଇଥିଲେ ନବଜ୍ୟୋତି ସୋସିଆଲ ଫାଉଣ୍ଡେସନକୁ । ସେଠାରେ ଲୋକଟିକୁ ପରିସ୍କାର ପରିଚ୍ଛନ୍ନ କରିବା ସହ ନୂଆ ପୋଷାକ ପିନ୍ଧାଇ ଖାଇବାକୁ ଦେଇଥିଲେ । ତେବେ ଲୋକଟିର ଭାଷା ବୁଝିପାରୁ ନଥିବାରୁ  ଇନ୍ଦ୍ର।ବତୀରେ ରହୁଥିବା ଜଣେ ତାମିଲ ଲୋକକୁ ଡାକି ତାଙ୍କ ସହ କଥା କରାଇଥିଲେ । କଥାବାର୍ତ୍ତାରୁ ଜଣା ପଡିଲା ଲୋକଟିର ଘର ତାମିଲନାଡୁ କାଲାକୁଚି ଅଞ୍ଚଳରେ ।

ଏହାପରେ ଗୁଗୁଲ ମାଧ୍ୟମରେ ସର୍ଚ କରି କାଲାକୁଚି ପୋଲିସ ମାଧ୍ୟମରେ ଲୋକଟିର ପରିବାର ଲୋକଙ୍କ ସହ ଯୋଗାଯୋଗ କରାଗଲା । ଦୁଇ ଭାଇ ଆର୍. ସତିଶ ଓ ଆର୍ ଶଙ୍କରନ ଇନ୍ଦ୍ରାବତୀ ଆସି ସେମାନଙ୍କ ଭାଇ ଆର୍ ମୁରଗାନଙ୍କୁ ଚିହ୍ନଟ କରିଥିଲେ । ପାଞ୍ଚ ବର୍ଷ ଧରି ମୁରଗାନ ଥିଲେ ନିଖୋଜ ।ତାଙ୍କର ମାନସିକ ସ୍ଥିତି ଠିକ ନଥିଲା । ପୋଲିସ ଉପସ୍ଥିତିରେ ସଂସ୍ଥାର କର୍ମକର୍ତାମାନେ ମୁରଗାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।

ଦୀର୍ଘ ବର୍ଷ ପରେ ମୁରଗାନଙ୍କୁ ଫେରି ପାଇବା ପରେ ପରିବାର ଲୋକେ ବେଶ୍ ଖୁସି । ଏଥିପାଇଁ ସେମାନେ ସଂସ୍ଥାର କର୍ମକର୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୂର୍ବରୁ ଏଭଳି ଚାରି ଜଣଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି ଫାଉଣ୍ଡେସନ।…  

ନବଜ୍ୟୋତି ଫାଉଣ୍ଡେସନ ଯୁବକମାନଙ୍କର ଏଭଳି ମହତ କାର୍ଯ୍ୟକୁ ସ୍ଥାନୀୟ ଲୋକେ ବେଶ୍ ପ୍ରଶଂସା କରୁଛନ୍ତି ।  

   Related Posts