ଭିଜିଲାନ୍ସ ଜାଲରେ ନବରଙ୍ଗପୁର RTO, ଲାଞ୍ଚ କାରବାର ନେଇ ପୂର୍ବରୁ ଭାଇରାଲ୍ ହୋଇଥିଲା ଭିଡିଓ

Published By : Prameya-News7 Bureau | March 06, 2020 IST

ନବରଙ୍ଗପୁର ୬।୩: ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ରାଜ୍ୟରେ ମଧ୍ୟ ଚଢଉ ଜୋରଦାର ଚାଲିଛି । ନିୟମ ଖିଲାପକାରୀଙ୍କୁ ମୋଟା ଅଙ୍କର ଫାଇନ୍ ପକାଉଛନ୍ତି ବିଭିନ୍ନ ଆରଟିଓ ଅଧିକାରୀମାନେ । ଏମିତିରେ ଜଣେ ଆରଟିଓଙ୍କ ଭିଜିଲାନ୍ସ ଜାଲରେ ପଡିଛନ୍ତି । ନବରଙ୍ଗପୁର ଆରଟିଓ ଗଣେଶ୍ବର କଅଁରଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଚାଲିଛି ଭିଜିଲାନ୍ସର ଚଢଉ ।

{"id":233616,"sizeSlug":"large"}

ଜୟପୁର ଓ ନବରଙ୍ଗପୁରର ୧୦ ଟିମ୍‌ ଚଢାଉରେ ସାମିଲ ହୋଇଛନ୍ତି । କିଛିଦିନ ତଳେ ଜଣେ ଯୁବକ ଓ ଆରଟିଓଙ୍କ ମଧ୍ୟରେ ଲାଞ୍ଚ କାରବାର ଘଟଣାର ଭିଡିଓ ଭାଇରାଲ ହୋଇଥିଲା । ଚାକିରି କରାଇ ଦେବାକୁ କହି ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଏହାପରେ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ।

{"id":233618,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ନବରଙ୍ଗପୁର ଆରଟିଓ ଗଣେଶ୍ବର କଅଁର ଲାଞ୍ଚ ନେବାଭଳି ଗୋଟିଏ ଫଟୋ ଓ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁ ଭିଡିଓରେ ଟଙ୍କା ଦେଇଥିବା ଯୁବକ ଜଣଙ୍କ ତା ପରିବାର ସହ ଆରଟିଓ ଅଫିସକୁ ଆସି ଆରଟିଓଙ୍କୁ ଚାକିରୀ କଲନାହିଁ ତ ଟଙ୍କା ଫେରାଇଦିଅ ବୋଲି ଯୁକ୍ତି କରୁଥିବାର ଦୃଶ୍ୟ ରହିଥିଲା । ଆରଟିଓଙ୍କୁ ଟଙ୍କା ଦେଇଥିବା ଯୁବକ ନିଜେ ତାଙ୍କ ମୋବାଇଲରେ ଏହା ସୁଟିଂ କରିଥିଲେ ।

{"id":233619,"sizeSlug":"large"}

ଏହି ଭିଡିଓଟିକୁ ନବରଙ୍ଗପୁରର ଜଣେ ଯୁବ ଆଇନଜୀବୀ ଇମ୍ରାନ ସାରିଫ ତାଙ୍କ ଫେସବୁକ ଆକାଉଣ୍ଟରେ ଅପଲୋଡ କରି ଭାଇରାଲ କରିଛନ୍ତି । ଏହାପରେ ଏହି ଭିଡିଓଟି ଫେସବୁକ୍ ଏବଂ ହ୍ବାଟସଆପରେ ଘୁରି ବୁଲିଥିଲା । ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ନେବା ପରେ ସେହି କାର୍ଯ୍ୟ ନହେବା କାରଣରୁ ସେହି ଲୋକମାନେ ତାଙ୍କ ଅଫିସକୁ ଯାଇ କିଛି ଟଙ୍କା କଥା କହି ପାଟି ତୁଣ୍ଡ କରୁଥିବା ଭିଡିଓରୁ ଜଣାପଡିଥିଲା ।

{"id":233621,"sizeSlug":"large"}

ଭିଡିଓରେ ଡ୍ରାଇଭିଂ ଏବଂ ଲର୍ଣ୍ଣିଂ ଲାଇସେନ୍ସ କରିବା ସମୟରେ ଲୋକମାନଙ୍କଠାରୁ ଟଙ୍କା ଲାଞ୍ଚ ନେବା କଥା କୁହାଯାଇଥିବା ବେଳେ ୧୫ହଜାର ଏବଂ ୩୦ହଜାର ଟଙ୍କା ଫେରେଇବା ଭଳି କଥା ହେଉଥିବାର ଜଣାପଡିଥିଲା । ତାଙ୍କ ଅଫିସରେ ୪ ରୁ ୫ ଜଣ ଲୋକଙ୍କ ସହିତ ଯୁକ୍ତିତର୍କ ହେବାଭଳି ମଧ୍ୟ ଜଣାପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.