ପୁଣି ବିବାଦରେ ସିଦ୍ଧୁ : ମୁସଲମାନଙ୍କ ସମର୍ଥନ ପାଇଁ 'ଆଲ୍ଲା ହୋ ଆକବର' କହି ଫସିଲେ

Published By : Prameya-News7 Bureau | April 21, 2019 IST

ନୂଆଦିଲ୍ଲୀ ୨୧/୪ : ପୂର୍ବତନ କ୍ରିକେଟ ଖେଳାଳି ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନବଜ୍ୟୋତ ସିଂ ସିଦ୍ଧୁ ନିଜ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି | ପୁଣି ଏକ ବିବାଦୀୟ ବୟାନରେ ଫସି ପାରନ୍ତି ସିଦ୍ଧୁ | ବିହାର କଟିହାରରେ ଦେଇଥିବା ବିବାଦୀୟ ବୟାନ ପରେ ସେ ଏବେ ମୁସଲମାନଙ୍କୁ ସମର୍ଥନ ପାଇଁ ଆଲ୍ଲା ହୋ ଆକବର କହି ବିବାଦ ଘେରାକୁ ଟାଣି ହୋଇଛନ୍ତି | ଛତିଶଗଡ଼ ଶିଖ ସଂଗଠନର ମୁଖ୍ୟ ଅମରଜିତ ସିଂ ସିଦ୍ଧୁଙ୍କ ବିରୋଧରେ ରୋଶ ଜାହିର କରିଛନ୍ତି | ସେ କହିଛନ୍ତି ସିଦ୍ଧୁ ମୁସଲମାନମାନଙ୍କ ସମର୍ଥନ ପାଇଁ ଆଲ୍ଲା ହୋ ଆକବର କହି ଶିଖ ଧର୍ମର ପରମ୍ପରା ଓ ନିୟମ ଉଲଂଘନ କରିଛନ୍ତି |

{"id":105823}


ସର୍ବୋଚ୍ଚ ନ୍ୟାୟାଳୟ ୨୦୧୬ ଅକ୍ଟୋବର ମାସରେ ଜାରି କରିଥିବା ଆଦେଶରେ କହିଥିଲେ ଯେ, କେହି ମଧ୍ୟ ଧର୍ମ ନାଁରେ ଭୋଟ ଭିକ୍ଷା କରିପାରିବେ ନାହିଁ | ଏସଜିପିସି କାର୍ଯ୍ୟାଳୟ ସୂତ୍ର ଅନୁଯାୟୀ, ଫ୍ୟାକ୍ସ ଜରିଆରେ ଅମରଜିତ ସିଂ ଛାବଡା ଅଭିଯୋଗ ପତ୍ର ପଠାଇଛନ୍ତି | ସିଦ୍ଧୁଙ୍କ ବିରୋଧରେ ଏହା ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ହୋଇଛି |


ଏହାପୂର୍ବରୁ କଟିହାରରେ ସିଦ୍ଧୁଙ୍କ ବୟାନକୁ ନେଇ ନିର୍ବାଚନ ଆୟୋଗ ତାଙ୍କୁ ଜବାବ ମାଗିଥିଲେ | ସେ କହିଥିଲେ ଯେ, ପ୍ରଧାନମାନନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହଟାଇବା ପାଇଁ ସମସ୍ତ ମୁସଲମାନ ଭୋଟରଙ୍କୁ ଏକଜୁଟ ହେବା ପାଇଁ ଅପିଲ କରିଥିଲେ | ବିଜେପି ଏହି ବୟାନକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ | ଶନିବାର ଦିନ ନିର୍ବାଚନ ଆୟୋଗ ସିଦ୍ଧୁଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ | ନିର୍ବାଚନ ଆୟୋଗ ୨୪ ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବା ପାଇଁ ସିଦ୍ଧୁଙ୍କୁ ନିର୍ଦେଶ ଦେଇଥିଲେ |

{"id":105824}


କଟିହରି ରାଲିରେ ସିଦ୍ଧୁ କହିଥିଲେ ଯେ, "ଏଠାରେ ଜାତିଧର୍ମକୁ ନେଇ ରାଜନୀତି ହେଉଛି, ମୁଁ ମୁସଲମାନ ଭାଇମାନଙ୍କୁ ଗୋଟିଏ କଥା କହିବାକୁ ଆସିଛି | ଆପଣଙ୍କ କ୍ଷେତ୍ରରେ ଆପଣମାନେ ଅଳ୍ପ ସଂଖ୍ୟକ ନହୋଇ ବହୁ ସଂଖ୍ୟକ ହୋଇ ରୁହ | ଆପଣମାନଂକୁ ବିଜେପି ଷଡ଼ଯନ୍ତ୍ରକାରୀ ବାଣ୍ଟିବା ପାଇଁ ଚେଷ୍ଟା କରୁଛନ୍ତି | ଆପଣମାନେ ଏକାଠି ହେଲେ କଂଗ୍ରେସକୁ ଦୁନିଆର କୌଣସି ଶକ୍ତି ହରାଇ ପାରିବନାହିଁ |"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.