Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଆପ୍‌ରେ ସାମିଲ୍ ହୋଇପାରନ୍ତି ନଵଜୋତ୍ ସିଦ୍ଧୁ : କେଜ୍ରିୱାଲ୍ କହିଲେ, ‘ସ୍ୱାଗତ’

5/06/2020 at 10:52 AM

ନୂଆଦିଲ୍ଲୀ ୦୫/୦୬ : ପ୍ରଥମେ କ୍ରିକେଟ ଖେଳାଳି, ତାପରେ ରାଜନେତା ହୋଇଥିବା ନବଜୋତ ସିଂହ ସିଦ୍ଧୁ କଂଗ୍ରେସ ଛାଡି ଆମ ଆଦମୀ ପାର୍ଟିରେ ସାମିଲ ହୋଇପାରନ୍ତି | ବର୍ତ୍ତମାନ ସେ କଂଗ୍ରେସ ଛାଡି ନାହାନ୍ତି, ଦଳରେ ହିଁ ଅଛନ୍ତି | ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ଯଦି ସିଦ୍ଧୁ ତାଙ୍କ ଦଳରେ ସାମିଲ ହୁଅନ୍ତି ତାହେଲେ ସେ ହୃଦୟର ସହ ତାଙ୍କୁ ସ୍ୱାଗତ କରିବେ | ନଵଜୋତଙ୍କ ଆପରେ ସାମିଲ ହେବା ନେଇ କେଜ୍ରିୱାଲ କହିଛନ୍ତି, ବର୍ତ୍ତମାନ କରୋନା ସଙ୍କଟ ସମୟରେ ସେ ରାଜନୀତିକୁ ନେଇ କୌଣସି ପ୍ରତିକ୍ରିୟା ରଖି ପରିବେନାହିଁ | ସେ ବିସ୍ତୃତ ଭାବେ କିଛି କହିପାରିବେ ନାହିଁ ବୋଲି କହିଥିଲେ | ତେବେ ଆପକୁ ବିକଳ୍ପ ଭାବେ ବାଛିବା ସିଦ୍ଧୁଙ୍କ ପାଇଁ ଏହା ପ୍ରଥମ ମାମଲା ନୁହେଁ |

୨୦୧୬ ମସିହାରେ ବିଜେପି ଛାଡିବା ପୂର୍ବରୁ ସିଦ୍ଧୁ ପଞ୍ଜାବ ଏବଂ ଦିଲ୍ଲୀର ଆପ ନେତାଙ୍କ ଠାରୁ ସେମାନଙ୍କ ଦଳରେ ଯୋଗଦେବାକୁନିମନ୍ତ୍ରଣ ପାଇଥିଲେ | କିନ୍ତୁ ସେ ଆପରେ ଯୋଗ ନଦେଇ କଂଗ୍ରେସରେ ସାମିଲ ହୋଇଥିଲେ | ଏଥିରେ ଆପ ନେତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ |

   Related Posts