ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ସିଦ୍ଧୁ, କହିଲେ- ପଞ୍ଜାବକୁ ଦିଲ୍ଲୀ ମଡେଲ୍‌ର ଆବଶ୍ୟକତା ନାହିଁ

Published By : Prameya-News7 Bureau | July 07, 2021 IST

ପଟିଆଲା ୭/୦୭: ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ବୁଧବାର ପୁଣି ଥରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି। ଟ୍ବିଟ୍‌ କରି କେଜ୍ରିଓ୍ବାଲ୍‌ଙ୍କୁ ସିଦ୍ଧୁ କହିଛନ୍ତି, ରାଜ୍ୟକୁ ଦିଲ୍ଲୀ ମଡେଲର ନୁହେଁ ବରଂ ପଞ୍ଜାବ ମଡେଲ୍‌ର ଆବଶ୍ୟକତା ରହିଛି। ନୀତି ଉପରେ କାର୍ଯ୍ୟ ନକଲେ ତାହା ନକରାତ୍ମକ ପ୍ରଚାର ଏବଂ ଲୋକଙ୍କ ହିତରେ କାର୍ଯ୍ୟ କରୁନଥିବା ନେତା ବିଜନେସ୍‌ ପାଇଁ ରାଜନୀତି କରନ୍ତି।

ତେଣୁ ରାଜନୀତି ବିନା ବିକାଶ ସେମାନଙ୍କ ପାଇଁ ନିରର୍ଥକ। ସେ ପୁଣି ଥରେ ଜୋର ଦେଇ କହିଛନ୍ତି ପଞ୍ଜାବର ବିକାଶ ପାଇଁ ପଞ୍ଜାବ ମଡେଲର ଆବଶ୍ୟକତା ରହିଛି। ଦୂରଦୃଷ୍ଟି ନଥିବା ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣିଛନ୍ତି ସିଦ୍ଧୁ। ସିଦ୍ଧୁ ଆହୁରି ଲେଖିଛନ୍ତି, ଦିଲ୍ଲୀ ମଡେଲ୍‌ ନୁହେଁ, ଦିଲ୍ଲୀ ନିଜର ବିଜୁଳି ନିଜେ ଉତ୍ପାଦନ କରୁନାହିଁ। ରାଜ୍ୟରେ ବିଜୁଳି ବିତରଣ ରିଲାଏନ୍ସ ଏବଂ ଟାଟା ହାତରେ ରହିଛି।

ସେପଟେ କିନ୍ତୁ ପଞ୍ଜାବ ୨୫ ପ୍ରତିଶତ ବିଜୁଳୀ ନିଜେ ଉତ୍ପାଦନ କରୁଥିବା ବେଳେ ପାଓ୍ବାରଫାର୍ମ ମାଧ୍ୟମରେ ହାଜର ହଜାର ଲୋକଙ୍କୁ ରୋଜଗାର ଦେଇଛି। ଆଗକୁ ସିଦ୍ଧୁ ଲେଖିଛନ୍ତି, ଜରୁରୀ ପ୍ରଶ୍ନ ହେଉଛି ଯେ କଣ ପଞ୍ଜାବର ଶକ୍ତି ମନ୍ତ୍ରୀ ଏହି ସମ୍ବନ୍ଧରେ କିଛି କରିପାରିବେ କି ? ଗୋଟିଏ ପ୍ରତିଶତ ମଧ୍ୟ ନୁହେଁ। ଏହାର କାରଣ ନିଷ୍ପତ୍ତି ନେବାର ଅଧିକାର କେବଳ ପଞ୍ଜାବ ରାଜ୍ୟ ବିଜୁଳି ରେଗୁଲେଟରି କମିଶନଙ୍କ ପାଖରେ ରହିଛି। ଯିଏକି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ରିପୋର୍ଟ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.