ଭୁବନେଶ୍ୱର ୨୫/୩ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ | ଆଜି ମୁଖ୍ୟମନ୍ତ୍ରୀ ବିଜେପୁର ଗସ୍ତରେ ଯାଇ ବିଜେପୁର ବିଧାନସଭା ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ | ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ | ନବୀନଙ୍କ ନାମାଙ୍କନ ଦାଖଲ ବେଳେ ଜିଲ୍ଲାର ସମସ୍ତ ସାଂସଦ ଏବଂ ବିଧାୟକ ଉପସ୍ଥିତ ରହିବେ | ନବୀନ ଚଳିତବର୍ଷ ୨ଟି ଆସନରୁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି | ଗତ ୨୦ ତାରିଖରେ ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଦାଖଲ କରିଥିଲେ ନବୀନ | ବିଜେପୁରରୁ ନବୀନ ଲଢ଼ିବା ନେଇ ପୁରା ଜିଲ୍ଲାବାସୀ ଉତ୍ସାହିତ ଅଛନ୍ତି |
ବିଜେଡି ଫୋକସରେ ମହିଳା ପ୍ରାର୍ଥୀ, ବିଧାନସଭାରେ ୩୦ରୁ...